ମାତ୍ର ୩ ହଜାର ଟଙ୍କା ନ ଶୁଝି ପାରିବାରୁ ଯୁବକଙ୍କୁ ଉଲଗ୍ନ କରି ବିଚ୍ ରାସ୍ତାରେ ବୁଲାଇଲେ
ପୀଡ଼ିତ ଯୁବକଜଣକ ନୂଆଦିଲ୍ଲୀ ନୋଏଡାରେ ପରିବା ବ୍ୟବସାୟ କରନ୍ତି। କିଛି ଦିନ ପୂର୍ବେ ସେ ସୁନ୍ଦର ନାକ ବ୍ୟକ୍ତିଙ୍କ ନିକଟରୁ ୫,୬୦୦ ଟଙ୍କା ଧାର ନେଇଥିଲେ। କିଛି ଦିନ ମଧ୍ୟରେ ସେ ୨ ହଜାର ଟଙ୍କା ଫେରାଇ ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ପାଇଁ ଆସନ୍ତା ରବିବାର ପର୍ଯ୍ୟନ୍ତ ସମୟ ମାଗିଥିଲେ।
ମାତ୍ର ଏଥିରେ ଉତ୍ତ୍ୟକ୍ତ ସୁନ୍ଦର ନିଜ ସାଙ୍ଗଙ୍କୁ ଡାକି ବିଚ୍ ବଜାରେ ପୀଡ଼ିତ ଯୁବକଙ୍କୁ ନିର୍ଧୂମ ପିଟିଥିଲେ। ଏଥରେ ମନ ଶାନ୍ତ ନ ହେବାରୁ ସେମାନେ ପୀଡ଼ିତଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ। ଏହାପର ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଥିଲା ଦିଲ୍ଲୀ ପୁଲିସ୍ । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନେ ଫେରାର ଥିବା ବେଳେ ପୁଲିସ୍ ସେମାନଙ୍କୁ ଖୋଜୁଛି।