ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା

Spread the love

tiger

ଭୁବନେଶ୍ୱର : ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା । ଆଜିଠୁ ଆରମ୍ଭ ହେବ ତାଲିମ। ରାଜ୍ୟ ବନ ବିଭାଗ ସ୍ବତନ୍ତ୍ର ଭାବେ ନିଜସ୍ବ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଆଜିଠୁ ବାଘ ଗଣନା ପ୍ରକ୍ରିୟା ତାଲିମ ପ୍ରକ୍ରିୟା ଆରମ୍ଭ କରାଯିବ। ବିଭିନ୍ନ ପର୍ଯ୍ୟାୟରେ ଗଣନାକାରୀଙ୍କୁ ଏହି ତାଲିମ ଦିଆଯିବା ପାଇଁ ଯୋଜନା କରାଯାଇଛି।

ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ଚନ୍ଦକା ଗୋଡିବାରିଠାରେ ଏହି ତାଲିମ ଦିଆଯିବ। ୮ଟି ସର୍କଲରୁ ଜଣେ ଲେଖାଏଁ ACFOଙ୍କୁ ତାଲିମ ଦିଆଯିବ। ଏଥିପାଇଁ ବେଙ୍ଗାଳୁରୁ ୱାଇଲଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ବ୍ୟାଘ୍ର ବିଭାଗର ୨ଜଣ ବିଶେଷଜ୍ଞ ଓଡ଼ିଶା ଆସିଛନ୍ତି। ପ୍ରଥମେ ମାଷ୍ଟରଟ୍ରେନରଙ୍କୁ ତାଲିମ ଦିଆଯିବା ପରେ କ୍ଷେତ୍ରସ୍ତରରେ ଏହି ଟ୍ରେନରମାନେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *