ଅଖା ଭିତରୁ ମିଳିଲା ହାତଗୋଡ ବନ୍ଧା ଯୁବତୀଙ୍କ ମୃତଦେହ

Spread the love

akha

ପିପିଲି: ଅଖା ଭିତରୁ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର। ପିପିଲି କଣାସ ନୂଆଗାଁ ନିକଟସ୍ଥ ଦୟା ନଦୀ କୂଳରୁ ମିଳିଛି ଯୁବତୀଙ୍କ ମୃତଦେହ। ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ମିଲିଥିଲା ମୃତଦେହ। ବିଳମ୍ବିତ ରାତି ଏକ ଅଖା ଭାସି ଭାସି ଆସି ଲାଗିଥିଲା।

ଆଜି ସକାଳେ ସ୍ଥାନୀୟ ଲୋକ ନଦୀ ତୁଠକୁ ଆସି ମୃତଦେହ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ଗଡିଶାଗୋଦା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଅଖା ଖୋଲିବା ପରେ ଯୁବତୀ ଜଣଙ୍କ ହାତ ଗୋଡ ପ୍ଲାଷ୍ଟିକ ଦୌଡିରେ ବନ୍ଧା ହୋଇଥିବା ଦେଖିବାକୁ ମିଲିଥିଲା। ଯୁବତୀଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।ତେବେ ଯୁବତୀଙ୍କ ମୃତ ଦେଖ ଅଖାରେ ଭର୍ତ୍ତିକରି ନଦୀକୁ କିଏ ଫିଙ୍ଗିଲା ? ତାଙ୍କୁ କେହି ହତ୍ୟା କରି ଏଭଳି ଅଖାରେ ପୂରାଇ ନଦୀକୁ ଫିଙ୍ଗିଛି କି ? ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଏପଟେ କଣାସ ନୁଆଗାଁରେ  ଲୋକେ ଭୟଭୀତ ଅଛନ୍ତି। ଅଖାରେ ଭର୍ତ୍ତି ଶବ ଖବର ପାଇବା ପରେ ସ୍ଥାନୀୟ ଲୋକ ସେଠାରେ ଭିଡ଼ ଜମାଇଛନ୍ତି।

Leave a Reply

Your email address will not be published. Required fields are marked *