ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Spread the love

prote

ପୁରୀ: ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଦାବି। ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀମାନେ ମତ ରଖିଥିବାବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା ଉଠାଇବା ପାଇଁ ଆଜି ଦକ୍ଷିଣଦ୍ଵାର ସମ୍ମୁଖରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସର ସଦସ୍ୟମାନେ ଏଆଇସିସି ସଦସ୍ୟ ସୁଜିତ୍ ମହାପାତ୍ରଙ୍କ ନେତୃତ୍ୱରେ ଦକ୍ଷିଣଦ୍ୱାର ସମ୍ମୁଖରେ ଯଥାଶୀଘ୍ର ଚାରିଦୁଆରଖୋଲିବା ନେଇ ଧାରଣା ଦେବାସହ ଧଷେଇ ପସିବାକୁ ଉଦ୍ୟମ କରିଥିଲେ। ମାତ୍ର ମୁତୟନ ଥିବା ପୋଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇଥିଲେ।

ତେବେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଆଳ ଦେଖାଇ ଚାରିଦୁଆର ବନ୍ଦ ରହିଥିବା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣକୁ ଜିଲ୍ଲା କଂଗ୍ରେସ ସମ୍ପୂର୍ଣ୍ଣ ବିରୋଧ କରିବା ସହ ଫାଇଭ-ଟି ସଚିବଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରିଥିଲେ। କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଥିବାବେଳେ ପୁରୀବାସୀଙ୍କ ପାଇଁ ପରିଚୟ ପତ୍ର ଯାଞ୍ଚ କରି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଛଡାଯାଉଛି। ବିଶେଷ ନୀତିକାନ୍ତି ଓ ପର୍ବପର୍ବାଣି ମାନଙ୍କରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି  । ପ୍ରବଳ ଭିଡ ଯୋଗୁଁ ଅନେକ ବୃଦ୍ଧବୃଦ୍ଧା ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  । ତେଣୁ ଖୁବଶୀଘ୍ର ଶ୍ରୀମନ୍ଦିର ଚାରିଦୁଆର ନଖୋଲିଲେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛନ୍ତି  । ସେପଟେ  ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଯୋଗୁଁ ଏହା ବନ୍ଦ ଥିବା କହିଛନ୍ତି ଅତରିକ୍ତ ଏସପି ।

Leave a Reply

Your email address will not be published. Required fields are marked *