ରାଷ୍ଟ୍ରପତିଙ୍କ ରାତ୍ରିଭୋଜନକୁ ବିରୋଧୀ ନେତାଙ୍କୁ ଡକାନଯିବା ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

Spread the love

ନୂଆଦିଲ୍ଲୀ: ଆଜି ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ମଣ୍ଡପମରେ ଜି-20 ଅତିଥିଙ୍କୁ ରାତ୍ରିଭୋଜନ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହେଲେ ଏହି ନୈଶ୍ୟଭୋଜିକୁ ଆମନ୍ତ୍ରିତ ହୋଇନାହାନ୍ତି ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଟ୍ବିଟ୍ କରି ଏହି ସୂଚନା ଦେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏ ନେଇ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି, ଏହା କେବଳ ସେହି ଦେଶମାନଙ୍କରେ ହୋଇପାରେ ଯେଉଁଠାରେ ଗଣତନ୍ତ୍ର ନାହିଁ କିମ୍ବା ବିରୋଧୀ ଦଳ ନାହିଁ। ଚିଦାମ୍ବରମ୍ କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ଇଣ୍ଡିଆ ଅର୍ଥାତ୍ ଭାରତ ଏପରି ଏକ ସ୍ଥିତିରେ ପହଞ୍ଚି ନାହିଁ ଯେଉଁଠାରେ ଗଣତନ୍ତ୍ର ଓ ବିରୋଧୀଙ୍କ ଅସ୍ତିତ୍ୱ ଶେଷ ହୋଇଯିବ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି ଯେ, ଜି20ର ରାତ୍ରିଭୋଜନରେ ଦଳର ମୁଖ୍ୟ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡଗେଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ସରକାର ଭାରତର 60 ପ୍ରତିଶତ ଜନସଂଖ୍ୟାର ନେତାଙ୍କୁ ମୂଲ୍ୟ ଦେଉନାହାନ୍ତି। ଏହାପରେ ଚିଦାମ୍ବରମଙ୍କ ଟ୍ବିଟ୍ ସାମ୍ନାକୁ ଆସିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଛନ୍ତି, ସରକାରଙ୍କ କାର୍ଯ୍ୟପନ୍ଥା ତା’ର ଚିନ୍ତାଧାରା ବିଷୟରେ କହୁଛି।

Leave a Reply

Your email address will not be published. Required fields are marked *