ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିଲା ବସ

Spread the love

ବେତନଟୀ ସଦର: ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିଲା ବସ। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଏକାଧିକ ଯାତ୍ରୀ। ସମସ୍ତଙ୍କୁ ପାଖ କେସିପୁର ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି।

ବେତନଟୀ ଥାନା ଅଧୀନ କେସିପୁର ନିକଟସ୍ଥ ରାଗ୍ଧା ଛକ ନିକଟରେ ଏହି ଦୁର୍ଘଟଣା ପାଖାପାଖି ୧୧.୩୦ ସମୟରେ ଘଟିଛି। ଶ୍ରୀ ଜଗନ୍ନାଥ ନାମକ ଘରୋଇ ଯାତ୍ରାବାହୀ ବସଟି ଜଳେଶ୍ୱରରୁ ଦାନ୍ତିମୁହାଁ ଦେଇ ବାରିପଦା ଯାଉଥିଲା । ବସରେ ପାଖାପାଖି ୩୦ରୁ ଜଣରୁ ଅଧିକ ଯାତ୍ରୀ ଥିଲେ। ଖବର ପାଇ ବେତନଟୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଡ୍ରାଇଭର କହିବା ମୁତାବକ ବସର ଷ୍ଟିୟରିଂ ହଠାତ ଜାମ ହୋଇଯିବାରୁ ବସ ଗୋଟିଏ ପଟକୁ ମାଡ଼ିଯାଇ ରାସ୍ତା ତଳକୁ ଖସିଯାଇଥିଲା।

Leave a Reply

Your email address will not be published. Required fields are marked *