ସିସି ଟିଭିରେ ବ୍ଲାକ ଜ୍ୟାକେଟ ପିନ୍ଧା ଛିନତାଇ ଗ୍ୟାଙ୍ଗ : ୪ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ସାମ୍ନାକୁ ଆସିଲା ସୁନା ଚେନ ଲୁଟ ବେଳର ସିସି ଟିଭି ଭିଡିଓ । କଳା ଜ୍ୟାକେଟ ପିନ୍ଧି ସ୍ପିଡି ବାଇକରେ ଆସି ସୁନା ଚେନ ଲୁଟି ନେଉଛନ୍ତି । ଏମାନେ ମୁଖ୍ୟତଃ ମହିଳା ମାନଙ୍କୁ ଟାର୍ଗେଟ କରି ଏଭଳି ଲୁଟପାଟ୍ କରୁଛନ୍ତି । ନମ୍ବର ପ୍ଲେଟ ଟାମ୍ପରିଙ୍ଗ କରି ମୁହଁ ଘୋଡାଇ ସ୍ପିଡ ବାଇକରେ ଲୁଟୁଛନ୍ତି । ରାଜଧାନୀର ଛକ ବଜାର ଓ ଗଳିକନ୍ଦୀରେ ଏହି ଗ୍ୟାଙ୍ଗ ଆତଙ୍କ ମଚାଉଛନ୍ତି । ଶେଷରେ ଏହି ଗ୍ୟାଙ୍ଗକୁ ବାନ୍ଧିଛି କମିସନରେଟ ପୁଲିସର ସ୍ପେଶାଲ ସ୍କୱାର୍ଡ।