ପାଟନା ୟୁନିଭରସିଟିର ଉଦ୍ଘାଟନ ସମାରୋହରେ ପଡିଗଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା ୟୁନିଭରସିଟିରେ ଏକ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗୋଡ ଖସିଯିବାରୁ ପଡିଯାଇଛନ୍ତି । ପାଟନା ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ଗୋଡ ଖସିଯିବାର ନୀତିଶ କୁମାର ପଡିଯାଇଥିଲେ । ଏହି ସମୟର ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ ଧରିପକାଇଥିଲେ । ତେବେ ତାଙ୍କର କିଛି ହୋଇନଥିବା ଖବର ମିଳିଛି । ଏହି ଉଦ୍ଘାଟନ ସମୟରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲକର ମଧ୍ୟ ତାଙ୍କ ସହିତ ରହିଥିଲେ ।