ପ୍ରେସମିଟ୍ ପୂର୍ବରୁ ହାତ ଗୋଡ ବାନ୍ଧି ପ୍ରଫୁଲ୍ଲ ସାମନ୍ତରାଙ୍କୁ ନେଇଗଲେ

Spread the love

praf

ରାୟଗଡ଼ା: ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ କରାଯାଇଥିବା ବେଳେ ରାୟଗଡ଼ାରୁ ଏକ ବଲେରୋ ଯୋଗେ ତାଙ୍କୁ ବ୍ରହ୍ମପୁର ବାସଭବନରେ ନେଇ ଛାଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।। ମଙ୍ଗଳବାର ସ୍ଥାନୀୟ ହୋଟେଲ୍ ସ୍ବାଗତ ନିକଟରୁ ତାଙ୍କୁ ୩ ରୁ ୪ ଜଣ ହାତ ବାନ୍ଧି ମୁହଁରେ କପଡା ବାନ୍ଧି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତେବେ କିଏ ଓ କାହିଁକି ଶ୍ରୀ ସାମନ୍ତରାଙ୍କୁ ଅପହରଣ କଲେ ତାହାର ସୂଚନା ନାହିଁ। ଯଦ୍ୱାରା ଘଟଣା ରହସ୍ୟ ଭିତରକୁ ଠେଲି ହୋଇଯାଇଛି।

ପ୍ରଫୁଲ ସାମନ୍ତରା ରାୟଗଡ଼ା ଆସି ହୋଟେଲ ସ୍ବାଗତ ଠାରେ ସକାଳ ୬.୩୦ ସମୟରେ ରହିଥିଲେ। ତାପରେ ସେ ନିଜ କାମ ଦେଖି ପୁଣି ହୋଟେଲ ଫେରିଥିଲେ ମଧ୍ୟାହ୍ନ ସମୟରେ। ତେବେ ଅପରାହ୍ନ ୪ଟା ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ଯୋଜନା ରହିଥିଲା ଠିକ ଏହାପୂର୍ବରୁ ୩.୪୦ ମିନିଟ ସମୟରେ ହଠାତ୍ ୪ ଜଣ ଯୁବକ ତାଙ୍କୁ ଟେକିନେଇ ବଲେରୋରେ ନେଇ ଯାଇଥିଲେ। ହେଲେ ତାଙ୍କୁ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ କାହିଁକି ଅପହରଣ କରାଗଲା ସେ ନେଇ ଏବେ ସନ୍ଦେହ ଯୋର ଧରିଛି। ଏ ସମ୍ପର୍କରେ ଏସପି ବିବେକାନନ୍ଦ ଶର୍ମା କହିଛନ୍ତି ଯେ, ଏମିତି କୌଣସି ଅଭିଯୋଗ ଆମର ହସ୍ତଗତ ହୋଇନି। ତଥାପି ଅନୁସନ୍ଧାନ କରାଯିବ।

ତେବେ ସବୁଠାରୁ ବଡ଼କଥା ଗତ ଦିନରେ ବକ୍ସାଇଟ ଖନନକୁ ନେଇ କାଶିପୁର ଅଞ୍ଚଳରେ ଆନ୍ଦୋଳନ ଜାରି ରହିଥିବା ବେଳେ ଅନେକଙ୍କୁ ମିଥ୍ୟା ମକଦ୍ଦମାରେ ଗିରଫ କରାଯାଇଥିବା ପ୍ରତିବାଦରେ ପ୍ରଫୁଲ ସାମନ୍ତରାୟ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ।

ପ୍ରଫୁଲ ସାମନ୍ତରାୟ ପ୍ରତିକ୍ରିୟାରେ କହିଛନ୍ତି, ଓକିଲ ମାନଙ୍କ ସହ ଯୋଗାଯୋଗ କରି ମିଥ୍ୟା ମୋକଦ୍ଦମା ରୁଜୁ ହୋଇଥିବା ବ୍ୟକ୍ତିଙ୍କୁ ସହଯୋଗ କରିବାକୁ ଯାଇଥିଲି। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ହୋଟେଲ ସ୍ୱାଗତରେ ଥିଲି। ତିନି ଚାରି ଜଣ ମୋ ବୁକ କରିଥିବା ରୁମକୁ ଆସିଥିଲେ। ଆଉ ହଠାତ ଆସି ମୋ ମୋବାଇଲ ନେବା ସହ ମୋ ନାମ ପଚାରିଥିଲେ। ପରେ ବଳପୂର୍ବକ ଭାବେ ମୋ ହାତ ଓ ମୁହଁ ବାନ୍ଧି ନେଇଥିଲେ। ପରେ ଟେକି ନେଇ ଗାଡିରେ ବସାଇ ଦେଇଥିଲେ। ପରେ ବ୍ରହ୍ମପୁରରେ ଛାଡି ଦେଇଥିଲେ। ହେଲେ ଏହି ସମୟରେ ସେହି ବ୍ୟକ୍ତି ଭୁଲ୍ ମାଗିଥିଲେ ଏପରି କରିଥିବାରୁ। ପୋଲିସ ଗୁଣ୍ଡା ସାଜି ଏଭଳି କରୁଛନ୍ତି ବୋଲି ସେ ସନ୍ଦେହ କରିଛନ୍ତି।

ମୋହନାରେ ଅପହରଣ କରାଯାଇଥିବା କାରଟି ଅଟକିଥିଲା। ଏହି ସମୟରେ କିଛି ଲୋକ ତାଙ୍କୁ ଦେଖିବା ପରେ ଫଟୋ ନେଇଥିଲେ। ଆଉ ଅପହରଣ ହୋଇଥିବା କହି ସ୍ଥାନୀୟ ଥାନା ଅଧିକାରୀଙ୍କୁ ବୋଧେ କହିଥିଲେ। କାରଣ ଅପହରଣ ହୋଇଥିବା ଗାଡିଟି ଗେଟରେ ଚେକିଂ ହେବାରୁ ଛଡା ଯାଇନଥିଲା। ପରେ ଗାଡିରେ ବସିଥିବା ବ୍ୟକ୍ତି ଥାନା ଅଧିକାରୀଙ୍କ ସହ କଥା ହେବା ପରେ ଛଡା ହୋଇଥିଲା ବୋଲି ପ୍ରଫୁଲ ସାମନ୍ତରା କହିଛନ୍ତି।


Post Views: 6

Leave a Reply

Your email address will not be published. Required fields are marked *