ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

Spread the love

nij

ପ୍ରଧାନମନ୍ତ୍ରୀ ମୋଦି ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ରୋଜଗାର ମେଳାରେ CRPF, BSF, SSB, ଆସାମ ରାଇଫଲ୍ସ, ସମେତ CISF, ITBP ଏବଂ NCB ସହ ଦିଲ୍ଲୀ ପୋଲିସରେ ମଧ୍ୟ ନିଯୁକ୍ତି ପାଇଛନ୍ତି ଯୁବକ-ଯୁବତୀ ।

ଏହି ଅବସରରେ ମୋଦି ଯୁବପିଢିଙ୍କୁ ସମ୍ବୋଧିତ କରି କହିଛନ୍ତି, ଆଜାଦୀର ଅମୃତକାଳରେ ଦେଶର ଆଜାଦୀ ଆଡକୁ ଦେଶର କୋଟି କୋଟି ଯୁବପିଢିଙ୍କୁ ଅମୃତରକ୍ଷକ ହେବା ନେଇ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଜି ଯେଉଁ ଯୁବପିଢିଙ୍କୁ ନିଯୁକ୍ତି ମିଳିଛି, ସେମାନେ ଦେଶର ସେବା ସହିତ ଦେଶର ନାଗରିକଙ୍କର ମଧ୍ୟ ରକ୍ଷା କରିବେ ।

ସେ ଆହୁରି ମଧ୍ୟ କହିଛନ୍ତି, ଚଳିତଥର ରୋଜଗାର ମେଳାର ଆୟୋଜନ ଏମିତି ଏକ ମାହୋଲରେ ହେଉଛି ଯେଉଁଠି ଦେଶ ଗର୍ବ ଏବଂ ଆତ୍ମବିଶ୍ୱାସରେ ରହିଛି । ଚନ୍ଦ୍ରଯାନ ୩ ଏବଂ ରୋଭର ପ୍ରଜ୍ଞାନ ଇତିହାସ ରଚି ଲଗାତାର ଚନ୍ଦ୍ରରୁ ଫଟୋ ପଠାଉଛନ୍ତି । ସେହିଭଳି ଆପଣମାନେ ମଧ୍ୟ ନିଜ ଜୀବନର ନୂଆଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଦେଶର ରକ୍ଷା ପ୍ରଭାରୀ ହେବାକୁ ଯାଉଛନ୍ତି । ଏହା ଆପଣଙ୍କର ବଡ ଦାୟିତ୍ୱ ।

ଦେଶର ବିଭିନ୍ନ ସ୍ଥାନରୁ ନୂତନ ଭାବେ ମନୋନୀତ କର୍ମଚାରୀମାନେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂଗଠନରେ କନଷ୍ଟେବଳ (ଜେନେରାଲ୍ ଡ୍ୟୁଟି), ସବ୍-ଇନ୍ସପେକ୍ଟର (ଜେନେରାଲ୍ ଡ୍ୟୁଟି) ଏବଂ ଅଣ-ଜେନେରାଲ୍ ଡ୍ୟୁଟି କ୍ୟାଡର ପଦବୀରେ ଯୋଗଦେବେ।

ସୂଚନା ଅନୁସାରେ ଅଗଷ୍ଟ ୨୮ରେ ଏଥିପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା । ଏହା ପୂର୍ବରୁ ଜୁଲାଇ ୨୨ତାରିଖରେ ପ୍ରଧାନମନ୍ତ୍ରୀ ୭୦ ହଜାରରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିଥିଲେ ।


Post Views: 5

Leave a Reply

Your email address will not be published. Required fields are marked *