ସରକାରୀ କ୍ବାର୍ଟର୍ସରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

Spread the love

cons

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି ।  କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାହା ପୁଣି ତାଙ୍କ ସରକାରୀ କ୍ବାର୍ଟର୍ସରୁ । ମୃତ କନେଷ୍ଟବଳ କେନ୍ଦୁଝରର ତୋଫାନ କୁମାର ପାତ୍ର ବୋଲି ଜଣାପଡିଛି  । ଘଟଣାସ୍ଥଳରେ ତିହିଡ଼ି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏବଂ ତଦନ୍ତ ଆରମ୍ଭ କରିଛି ।

କନେଷ୍ଟବଳ ତୋଫାନ କୁମାର ପାତ୍ର ପ୍ରାୟ ଦେଢ଼ ବର୍ଷ ହେବ ତିହିଡ଼ି ଥାନାରେ କାର୍ଯ୍ୟ କରିଆସୁଥିଲେ। ସେ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଏକା ରହୁଥିଲେ।  ଗତକାଲି ବିଳମ୍ବିତ ରାତିରେ ଡ୍ୟୁଟି ସାରି ନିଜ କ୍ବାର୍ଟର୍ସକୁ ଫେରିଥିଲେ ତୋଫାନ  । ତାପରେ ସେ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଥିବା କୁହାଯାଉଛି। ତେବେ ଆଜି ସକାଳେ ପଡ଼ୋଶୀ ଲୋକ ଝରକା ବାଟେ ତୋଫାନ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲା। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।


Post Views: 6

Leave a Reply

Your email address will not be published. Required fields are marked *