ମାନସ ସ୍ୱାଇଁ ହତ୍ୟା ମାମାଲା: ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠଙ୍କ ସାକ୍ଷ୍ୟ ପ୍ରଦାନ ଶେଷ

Spread the love

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ଚତୁର୍ଥ ସାକ୍ଷୀ ତଥା ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ ଓରଫ ସୋନିର ଆଜି ଜେରା ଶେଷ ହୋଇଛି। ତେବେ ଆଜି ନିରଞ୍ଜନ ସେଠିର ଓକିଲ ଶରତ ଚନ୍ଦ୍ର ମହାପାତ୍ର ତାଙ୍କୁ ପୂର୍ବ ତାରିଖରୁ ପଚାରି ଥିବା ପ୍ରଶ୍ନ ସହ ଆଶ୍ରମ ଓ ନ୍ୟୁଜ ଚେନେଲ ଅଫିସ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ସେ ସଠିକ ଭାବରେ ପ୍ରଦାନ କରିଥିଲେ। ଶେଷରେ ଶର୍ମିଷ୍ଠାର ଓକିଲ ବସନ୍ତ କୁମାର ଦାସ ଓ ଗଦାଧର ବଳ ଆଜି ଦିନ ତମାମ ଘଟଣା ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପଚାରି ଥିଲେ। ଯାହାର ଉତ୍ତର ସେ ସଠିକ ଭାବରେ ମଧ୍ୟ ଦେଇଥିଲା। ଅବଶିଷ୍ଠ ସାକ୍ଷୀମାନଙ୍କ ବୟାନ ରେକଡିଂ ପାଇଁ ଆସନ୍ତା ସେପ୍ଟେମ୍ବର ୧୩ ତାରିଖକୁ ତାରିଖ ଧାର୍ଯ୍ୟ ରହିଲା ବୋଲି ସରକାରୀ ଓକିଲ ପ୍ରଦୀପ୍ତ କୁମାର ସାମାଲ ପ୍ରକାଶ କରିଛନ୍ତି ।
ତେବେ ଦିନ ତମାମ ଆଜି ଜିଲ୍ଲା ଜଜ କୋର୍ଟରେ ଏହି ସ୍ପର୍ଶିକାତର ମାମାଲାଟିର ଶୁଣାଣି ଚାଲିଥିଲା। ଏହି ହାଇ ପ୍ରୋଫାଇଲ ଅପହରଣ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ କ୍ରାଇମ ବ୍ରାଞ୍ଚ କରି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାର ସହଯୋଗୀ ଝୁନା ଭୋଇ, ରାଜ ଓରଫ ରଞ୍ଜନ ନାୟକ ଓ ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ନିରଞ୍ଜନ ସେଠି ପ୍ରମୁଖଙ୍କୁ ଗିରଫ କରିଥିଲା। ଏବେ ସେମାନେ ଭଦ୍ରକ ସ୍ୱତନ୍ତ୍ର ଉପ କାରାଗାରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଅଛନ୍ତି। ଏହି ମାମାଲାଟି ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଆଦାଲତରେ ବିଚାରାଧୀନ ଅଛି।

Leave a Reply

Your email address will not be published. Required fields are marked *