ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ବିଡିଓ ରମେଶ ସାହୁ
ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ଦୁର୍ନୀତି ଅଭିଯୋଗରେ ଗିରଫ ପୂର୍ବତନ ବିଡିଓ ରମେଶ ସାହୁ। ଭିଜିଲାନ୍ସ ଏସପିଙ୍କ ନିକଟରେ ତାକୁ ହାଜର କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ। ପରେ ପଟିଆଲା ହାଉସ କୋର୍ଟରେ ହାଜର ପରେ ତାଙ୍କୁ ତିନିଦିନିଆ ରିମାଣ୍ଡରେ ଆଣିଛି ଭିଜିଲାନ୍ସ।
କୋରାପୁଟ ଜିଲ୍ଲା ନାରାୟଣପାଟଣାର ବିଡିଓ ଥିଲେ ରମେଶ ଚନ୍ଦ୍ର ସାହୁ । ତାଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟାଦେଶ ଦିଆନଯାଇ ଲକ୍ଷ ଲକ୍ଷ ଟଂକା ହଡପ ହୋଇଥିଲା । ମୋଟ ୭ଟି ମାମଲାରେ ୩୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ହୋଇଥିଲା ଅଭିଯୋଗ । ଏହାପରେ ଫେରାର ହୋଇଯାଇଥିଲେ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ସାହୁ । ଧରାନପଡ଼ିବା ପାଇଁ ବାରମ୍ବାର ସ୍ଥାନ ବଦଳାଉଥିଲେ ।
Post Views: 6