ଭଡ଼ାଘରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

Spread the love

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧୀନ ପ୍ରାଚୀବିହାର ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପୁଲିସ ମୃତଦେହକୁ ଉଦ୍ଧାର କରିଛି।  ଯୁବକ ଜଣକ ବେକରେ ଗାମୁଛା ଦେଇ ଫ୍ୟାନ୍‌ରେ ଝୁଲି ପଡିଥିବା ଜଣାପଡ଼ିଛି। ପୁଲିସ କବାଟ ଭାଙ୍ଗି ଭିତରକୁ ପଶି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକଙ୍କ ନା ଦୀପକ ଦାସ (୨୬)। ଘର କେନ୍ଦ୍ରାପଡା ଅଞ୍ଚଳର ରାଜକନିକା। ସେ ଏସ୍‌ବିଆଇ ଫାଇନାନ୍ସରେ କାମ କରୁଥିଲେ। ପ୍ରାଚୀବିହାର ଅଞ୍ଚଳରେ ରୁମ ଭଡ଼ା ନେଇ ରହୁଥିଲେ। ଦୀର୍ଘ ସମୟ ଧରି ରୁମ୍ କବାଟ ନଖୋଲିବାରୁ ତାଙ୍କର ରୁମ୍‌ ମେଟ୍‌ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧର କରିଛି।

Leave a Reply

Your email address will not be published. Required fields are marked *