କଳିଙ୍ଗ ନ୍ୟାସ୍ନାଲ ଫ୍ରଣ୍ଟ ପକ୍ଷରୁ ନବୀନ ବାବୁଙ୍କ ଭାଇଙ୍କୁ ଭତ୍ତା ପ୍ରଦାନ ଲାଗି ଘୋଷଣା
ଭୂବନେଶ୍ବର : ପ୍ରବାଦପୁରୁଷ ବିଜୁବାବୁଙ୍କ ପୁତୁରା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକ ସରକାରଙ୍କୁ ଭତ୍ତା ମାଗିବା ଖବର ଗଣମାଧ୍ୟମରୁ ଜାଣିଲା ପରେ କଳିଙ୍ଗ ନ୍ୟାସ୍ନାଲ ଫ୍ରଣ୍ଟ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି | ଏ ପ୍ରସଙ୍ଗରେ ୧୪ ତାରିଖ ଦିନ ଦଳର ଭୁବନେଶ୍ବରସ୍ଥିତ କାର୍ଯାଳୟ ଠାରେ ଏକ ବୈଠକ ଅନୁଷ୍ଠିତ କରାଯାଇ ରାଜ୍ୟ ସରକାରଙ୍କୁ ନିନ୍ଦା କରାଯିବା ସହ ମାସିକ ୫ଶହ ଟଙ୍କା ଭତ୍ତା ବିଜୁବାବୁଙ୍କ ପୁତୁରାଙ୍କୁ ଦିଆଯିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି |
ପ୍ରତ୍ୟେକ ମାସ ଏକ ତାରିଖରେ ଆନନ୍ଦ ଭବନ ଠିକଣାରେ ଉକ୍ତ ଭତ୍ତା ରାଶି ମନିଅର୍ଡର କରାଯିବ ବୋଲି ଦଳର ଜାତୀୟ କାର୍ଯକାରୀ ସଭାପତି ଘୋଷଣା କରିଛନ୍ତି | ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରତ୍ୟେକ ସଂଗଠନ ସହଯୋଗ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି ରାଜ୍ୟ ସଭାପତି ସନ୍ତୋଷ ନାୟକ ଏବଂ ଜାତୀୟ ସାଧାରଣ ସଂପାଦକ ପ୍ରଦୀପ କୁମାର ରାଉତରାୟ |