ବିକ୍ରିହେବ ବଡ଼ ଓଡ଼ିଆ ମଠ ! ମଠ ମହନ୍ତଙ୍କ ଆତ୍ମହତ୍ୟା ଧମକ
ପୁରୀ: ନିଶ୍ଚିହ୍ନ ହୋଇଯିବ ୫ ଶହ ବର୍ଷର ମଠ ସଂସ୍କୃତି ! ଅତିବଡୀଙ୍କ ସାଧନା ପୀଠ ବିକ୍ରି ନେଇ ଚାଲିଛି ବଡ ଷଡ଼ଯନ୍ତ୍ର। ଶାଗମାଛ ଦରରେ ମଠକୁ ଅନ୍ୟ ହାତରେ ଟେକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କରୁଛି ହୀନଉଦ୍ୟମ । ବଡ଼ ଓଡ଼ିଆ ମଠର ବିକ୍ରି ପାଇଁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ । ୫ଶହ ବର୍ଷ ପୁରୁଣା ଏହି ମଠର ଅଧା ଅଂଶକୁ ଏକ ନିଯୋଗ ହାତରେ ଟେକିବା ପାଇଁ ଷଡ଼ଯନ୍ତ୍ର ପୂର୍ବକ ଉଦ୍ୟମ ଆରମ୍ଭ ହୋଇଛି ।ଗତ ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିବା ବେଳେ କିଛି ସଦସ୍ୟଙ୍କ ବିରୋଧ ଯୋଗୁଁ ମୁଖ୍ୟ ପ୍ରଶାସକଙ୍କୁ ତଦନ୍ତ ପାଇଁ ଅନୁରୋଧ କରାଯାଇଛି ।ତେବେ ଅତିବଡୀଙ୍କ ସାଧନା ପୀଠ ଏହି ମଠର ପ୍ରାୟ ୩୭ଡିସିମାଲ ଜମିକୁ ବିକ୍ରି ପାଇଁ ଏହି ପ୍ରୟାସକୁ ତେଜିଛି ବିବାଦ । ପ୍ରଶାସନର ଏପରି ଉଦ୍ୟମକୁ ତୀବ୍ର ନିନ୍ଦା କରିବା ସହ ଆତ୍ମହତ୍ୟା ଚେତାବନୀ ଦେଇଛନ୍ତି ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ।
ଅତିବଡୀ ଜଗନ୍ନାଥ ଦାସଙ୍କ ସାଧନା ପୀଠ ଶ୍ରୀକ୍ଷେତ୍ରର ବଡ ଓଡ଼ିଆ ମଠ। ଶ୍ରୀମନ୍ଦିର ସଂସ୍କୃତି ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡିତ ଏହି ମଠ । ଅଣସର ଘରେ ମହାପ୍ରଭୁଙ୍କ ତାତି ଓହ୍ଲାଇବା ପାଇଁ ଫୁଲୁରି ତେଲ ଯୋଗାଇଥାଏ ଏହି ମଠ ।ମହାପ୍ରଭୁଙ୍କ ପାଇଁ ଅଧର ହାଣ୍ଡି ବି ଏହି ମଠ ଯୋଗାଇଥାଏ । ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖ ବାସେଳୀ ସାହି ମୌଜାର ୫୦୦ବର୍ଷ ପୁରୁଣା ମଠକୁ ଜାଲ ଇଛାପତ୍ର କରି ହାତେଇବାକୁ ଚାଲିଛି ଷଡ଼ଯନ୍ତ୍ର ।
ଏଭଳି ଅଭିଯୋଗ ଆଣିଛନ୍ତି ମଠର ବର୍ତ୍ତମାନର ମହନ୍ତ ଅଧିକାରୀ ବଂଶୀଧର ଦାସ । ଓଡ଼ିଆ ଭାଗବତ ଓ ଓଡ଼ିଆ ସାହିତ୍ୟକୁ ପୁରପଲ୍ଲୀରେ ପ୍ରଚାର କରିବାର ପ୍ରମୁଖ ଦାୟିତ୍ୱ ନେଇଥିବା ବଡ଼ ଓଡିଆ ମଠର ପ୍ରାୟ ୩୭ ଡିସିମଲ ଅଂଶ ଏବେ ବିକ୍ରି ହେବ । ଗତ ପରିଚାଳନା ବୈଠକରେ ଏନେଇ ହୋଇଛି ଆଲୋଚନା । ଏହି ମଠ ଅଧୀନରେ ଥିବା ୬୧୬ ଓ ୬୧୭ ପ୍ଲଟର ୩୭ ଡିସିମଲ ଜାଗାକୁ ଏକ ନିଯୋଗକୁ ଟେକିଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପୂର୍ବରୁ ଦୁଇଦୁଇ ଥର ଏନେଇ ଆଲୋଚନା ହୋଇଥିବା ବେଳେ କିଛି ସଦସ୍ୟଙ୍କ ବିରୋଧ ଯୋଗୁଁ ସମ୍ଭବ ହୋ