କ୍ରାନ୍ତି ଦିବସରୁ ’ଓଷ୍ଟା‘ର ରଣ ହୁଙ୍କାର, ଏକାଧିକ ଦାବି ନେଇ ଗର୍ଜିଲେ ଶିକ୍ଷକ

Spread the love

ଭଦ୍ରକ : ଜିଲ୍ଲା ଓଷ୍ଟ।ର ଆହ୍ବାନ କ୍ରମେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଅପର୍ତିବିନ୍ଧାସ୍ଥିତ ସଂଘ କାର୍ଯ୍ୟାଳୟ ସମ୍ମୁଖରୁ ଏକ ରାଲିରେ ସହର ପରିକ୍ରମା କରି ବିଭିନ୍ନ ଦାବି ଯଥା ସମସ୍ତ ଅନୁଦାନ ଯୋଗ୍ୟ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ଦେବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ୨୨୬/୩୯୯ ଉଚ୍ଚ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀ କରିବା ଆଦି ସ୍ଲୋଗାନ ଦେଇ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ପରେ ଜିଲ୍ଲା ସଭପତି ରମାକାନ୍ତ ପରିଡ଼ାଙ୍କ ସଭାପତିତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନେତୃତ୍ୱ ଅକ୍ଷୟ କୁମାର ହୋତା। ପ୍ରାକ୍ତନ ସମ୍ପାଦିକା ସୁରଜିତ। ନାୟକ, ବ୍ଲକ ସମ୍ପାଦକ କମଳାକାନ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ବୈକୁଣ୍ଠ ବିଶ୍ଵାଳ, ମନୋରଞ୍ଜନ ପଣ୍ଡା, ବିଶ୍ଵନାଥ ପଣ୍ଡା, ଜିଲ୍ଲା ଉପସଭାପତିସନ୍ତୋଷ ଜେନା, ଯୁଗ୍ମ ସମ୍ପାଦକ ଅରୁଣ ଶତପଥୀ କାର୍ଯକାରୀ ସଭ୍ୟ ପର୍ଶୁରାମ ପତ୍ର, ବସନ୍ତ ବିଶ୍ଵାଳ, ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ୍ତ ବସନ୍ତିଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ, ଏହାକୁ ପରିଚାଳନା କରିଥିଲେ ପ୍ରଭାକର ପରିଡ଼ା,ଗଙ୍ଗାଧର ବେହେରା, ବିଷ୍ଣୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *