ବୁଧବାର ରାତିରେ ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍, ଜଲିଲ୍ ଜିଲାନି ହେବେ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ

Spread the love

ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ବୁଧବାର ରାତିରେ ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କୁ ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ କରିବାକୁ ଆନୁଷ୍ଠାନିକ ସୁପାରିସ କରିବେ। ଏହା ସହିତ ସେ ନିଜ ପଦରୁ ଇସ୍ତଫା ଦେବେ । ସଂସଦର ନିମ୍ନ ସଦନର ପାଞ୍ଚ ବର୍ଷର କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେଉଛି। ଏଆରୱାଇ ନ୍ୟୁଜ୍ ଓ ଡନର ରିପୋର୍ଟ ଅନୁଯାୟୀ, ଶେହବାଜ ସରିଫ ଇସ୍ତଫା ଦେବା ପରେ ଜଲିଲ ଅବ୍ବାସ ଜିଲାନୀ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।
ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଭେଟିବା ପାଇଁ ଜଲିଲ ଆବାସ ଜିଲାନୀ ପ୍ରଧାନମନ୍ତ୍ରୀ ଭବନରେ ପହଞ୍ଚିଛନ୍ତି। ପୂର୍ବତନ ବୈଦେଶିକ ସଚିବ ଜଲିଲ ଅବ୍ବାସ ଜିଲାନୀ ଆମେରିକା ଓ ୟୁରୋପୀୟ ସଂଘରେ ରାଷ୍ଟ୍ରଦୂତ, ଅଷ୍ଟ୍ରେଲିଆରେ ପାକିସ୍ତାନୀ ହାଇକମିଶନର ଏବଂ ଭାରତରେ ଡେପୁଟି ହାଇକମିଶନର ଭାବେ କାର୍ଯ୍ୟ କରିଛନ୍ତି। ତେବେ ଗୁରୁବାରଦିନ ଶେହବାଜ ବିରୋଧୀ ଦଳ ନେତା ରାଜା ରିଆଜଙ୍କୁ ଭେଟିବା ପରେ ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ନାମ ଔପଚାରିକ ଭାବେ ଘୋଷଣା ହେବ ।

ନିଜର ବିଦାୟୀ ଭାଷଣରେ ଶେହବାଜ କହିଛନ୍ତି ଯେ ଗତ ୧୬ ମାସ ତାଙ୍କ ପାଇଁ ବେଶ କଷ୍ଟକର ସମୟ ଥିଲା । ନିଜର ୩୮ ବର୍ଷ ଲମ୍ବା ରାଜନୈତିକ କ୍ୟାରିୟରରେ ଏପରି କଠିନ ପରିସ୍ଥିତି ସେ ଦେଖିନଥିଲେ, କାରଣ ଆର୍ଥିକ ସଂକଟ, ତେଲଦର ବୃଦ୍ଧି ଓ ରାଜନୈତିକ ଅସ୍ଥିରତା ସହ ଦେଶ ସଂଘର୍ଷ କରୁଥିଲା ।

Leave a Reply

Your email address will not be published. Required fields are marked *