ନବୀନ-ଶାହ ରୁଦ୍ଧଦ୍ବାର ବୈଠକ : ୩୦ ମିନିଟ୍ ଧରି ଅଲୋଚନା କଲେ ଦୁଇ ନେତା

Spread the love

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା ଅମିତ ଶାହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟ ଅଧଘଣ୍ଟା ରୁଦ୍ଧ ଦ୍ବାର ବୈଠକ କରିଛନ୍ତି। ଏହି ଦୁଇ ନେତାଙ୍କ ବୈଠକବେଳେ କୌଣସି ନେତା କି ଅଧିକାରୀ ଉପସ୍ଥିତ ନଥିବା କୁହାଯାଉଛି। ସଂସଦରେ ଏନ୍‌ଡିଏ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ ବୋଲି ଘୋଷଣା କରିବା ପରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ବିଭିନ୍ନ ରାଜନୈତିକ ଦଳ ମନ୍ତବ୍ୟ ଦେଉଛନ୍ତି। ଆଉ ବିଜେଡିର ବିଜେପିକୁ ସମର୍ଥନ ଘୋଷଣାର ୩ ଦିନ ପରେ ଖୋଦ୍‌ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ଆସି ନବୀନଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
ପ୍ରାୟ ୩୦ମିନିଟ ଧରି ଦୁଇ ନେତା କ’ଣ ଆଲୋଚନା କଲେ ସେନେଇ ବିଜେପି କି ବିଜେଡି ପକ୍ଷରୁ କୌଣସି ବିବୃତି ଜାରି ହୋଇନି କି କୌଣସି ନେତା ମୁହଁ ଖୋଲୁନାହାନ୍ତି। କିନ୍ତୁ ଏହି ବୈଠକକୁ ନେଇ ବିଜେଡି ନେତା ଉତ୍ସାହିତ ଥିବାବେଳେ ବିଜେପି ମହଲରେ ଅସହାୟତା ବାରି ହୋଇପଡ଼ୁଛି।
ଅପରପକ୍ଷେ ଆଜି ଲୋକସେବା ଭବନରେ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ‌ ପରେ ଶାହଙ୍କ ଘନିଷ୍ଠ ସହ‌ଯୋଗୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ରାଜ୍ୟ କାର୍ଯ୍ୟାଳୟକୁ ଚାଲି ଆସିଥିଲେ।

Leave a Reply

Your email address will not be published. Required fields are marked *