କୈଳାସ ବିଜୟଭର୍ଗିୟଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚା

Spread the love

ଭୋପାଳ: ଭାରତୀୟ ଜନତା ପାର୍ଟି (ବିଜେପି) ର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟ ଆଜି ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଭାରତ ବିରୋଧରେ କହୁଥିବା ବ୍ୟକ୍ତିଙ୍କ ଜୀବନ ନେବାକୁ ସେ ପଛଘୁଞ୍ଚା ଦେବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ବାଙ୍ଗ୍ରୋଡରେ ବିଜେପିର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଯେଉଁଥିରେ ସାଂସଦ ଗୁମାନ ସିଂ ଦାମୋରଙ୍କ ସମେତ ସ୍ଥାନୀୟ ବିଜେପି କର୍ମୀମାନେ ଅଂଶଗ୍ରହଣ କରିଥିଲେ। ତେବେ ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟ ଏହି କର୍ମୀ ସମ୍ମିଳନୀରେ ବିବାଦୀୟ ବୟାନ ଦେଇଥିଲେ |
ସେ କହିଥିଲେ ଯେ ‘ଯିଏ ଭାରତ ମାତା ବିରୁଦ୍ଧରେ କହିବ, ଆମେ ତାଙ୍କ ଜୀବନ ନେବାକୁ ମଧ୍ୟ ପଛଘୁଞ୍ଚା ଦେବୁ ନାହିଁ’। କଂଗ୍ରେସକୁ ଟାର୍ଗେଟ କରି ସେ କହିଥିଲେ ଯେ ରାମ ଜନ୍ମଭୂମି, ଧାରା ୩୭୦ ଭଳି ପ୍ରସଙ୍ଗରେ ବିଜେପି ସରକାର ନେଇଥିବା ନିଷ୍ପତ୍ତିକୁ କଂଗ୍ରେସ କେବେ ବି ଗ୍ରହଣ କରିପାରିବ ନାହିଁ | ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟ କହିଛନ୍ତି ଯେ ଭାରତର ଲୁଣ ଖାଇ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନକୁ ବରଦାସ୍ତ କରାଯିବ ନାହିଁ। ଭାରତ ମାତା କି ଜୟ ଏବଂ ବନ୍ଦେ ମାତରମ କହିବାରେ କୌଣସି ଭାରତୀୟଙ୍କର ଆପତ୍ତି ରହିବା ଉଚିତ ନୁହେଁ। ଅନ୍ୟପଟେ କୈଳାସ ବିଜୟଭର୍ଗିୟଙ୍କ ବୟାନକୁ ବିରୋଧ କରି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଭାରତରେ ତାଲିବାନ ଶାସନ ଚାଲିନାହିଁ। କାହାକୁ ଆଇନ ନିଜ ହାତକୁ ନେବାର ଆବଶ୍ୟକତା ନାହିଁ |

Leave a Reply

Your email address will not be published. Required fields are marked *