ନୂଆ ଟିମ ଘୋଷଣା କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

Spread the love

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି | ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି | ବିଜେପି ରାଜ୍ୟ ସଭାପତି ୩୫ ଜଣିଆ ତାଲିକା ଜାରି କରିଥିବାବେଳେ ଏଥିରେ ୧୦ ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି | ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ରହିଥିବାବେଳେ ସାଧାରଣ ସମ୍ପାଦକ ଭାବେ ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍କେଟା, ସାରଦା ପ୍ରସାଦ ଶତପଥୀ, ମାନସ କୁମାର ମହାନ୍ତି, ସିମାଞ୍ଚଳ ଖଟେଇ ପ୍ରମୁଖ ରହିଛନ୍ତି |

ସେହିପରି ସମ୍ପାଦକ ଭାବେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, କୃଷ୍ଣଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ, ଇରାସିସ ଆଚାର୍ଯ୍ୟ ପ୍ରମୁଖ ରହିଛନ୍ତି | ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ହୋଇଥିବାବେଳେ ମହିଳାମୋର୍ଚ୍ଚା ସଭାପତି ହୋଇଛନ୍ତି ଐଶ୍ଵର୍ଯ୍ୟା ବିଶ୍ୱାଳ | ମହେଶ୍ୱର ସାହୁ କୃଷକ ମୋର୍ଚ୍ଚାର ସଭାପତି, ଏସଟି ମୋର୍ଚ୍ଚାର ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡ, ଏସସି ମୋର୍ଚ୍ଚା ସଭାପତି ଭାବେ ବିଭୁ ପ୍ରସାଦ ତରାଇ, ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି |

Leave a Reply

Your email address will not be published. Required fields are marked *