ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

Spread the love

କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡ଼ିହା ଗାଁ ନିକଟରେ ଅଭାବନୀୟ ଘଟଣା । ଦୁର୍ଘଟଣାରେ ଗୋଟିଏ ଟ୍ରକ ଜଳିବା ସହ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରର ମୃତ ଶରୀରକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ ଆଜି ଭୋର ୪ଟା ସମୟରେ ଦୁଇଟି ଟ୍ରକ୍‌ କଲିକୋତା ଅଭିମୁଖେ ଯାଉଥିଲା। ମହୁଲଡିହା ଗାଁ ନିକଟରେ ଲୁହା ଚାଦର ବୋଝେଇ ଟ୍ରକ୍‌କୁ ଆଲୁମିନିୟମ ବୋଝେଇ ଟ୍ରକ୍‌ ପଛରୁ ଧକ୍କା ଦେଇଥିଲା। ପରେ ଆଲୁମିନିୟମ ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଫଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପୋଲିସ ଓ ଅଗ୍ନୀଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ମୃତ ଡ୍ରାଇଭରକୁ ଉଦ୍ଧାର କରିଥିଲେ । ପୋଲିସ ଦୁଇଟି ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *