ଯୁବତୀଙ୍କୁ ନିର୍ଯାତନା ମାମଲାରେ ସିଙ୍ଗର ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା, ୨୫ରେ ପରବର୍ତ୍ତୀ ଶୁଣାଣି

Spread the love

ଯୁବତୀଙ୍କୁ ନିର୍ଯାତନା ମାମଲାରେ ସିଙ୍ଗର ସୌରିନ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା। ସୁରକ୍ଷା ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହେବେ ନାହିଁ ସୌରିନ। ଯୁବତୀଙ୍କ ଅଭିଯୋଗ ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବଲିଉଡ ସିଙ୍ଗର। ଅଗଷ୍ଟ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବାକୁ ସୌରିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଗତ ଜୁନ ୧୨ ତାରିଖରେ ବଲିଉଡ ସିଙ୍ଗର ସୌରୀନ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ଆଣିଥିଲେ କଟକର ଜଣେ ଯୁବତୀ। ବିବାହର ପ୍ରଲୋଭନ ଦେଇ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରିଛନ୍ତି।

ଏହା ସହ ସୌରିନ ତାଙ୍କ ଠାରୁ ୯ଲକ୍ଷ ଟଙ୍କା ଠକି ନେବା ସହ ଶାରିରୀକ ନିର୍ଯାତନା ଦେଇଥିଲେ ବୋଲି ଏତଲା କରିଥିଲେ। ଅଭିଯୋଗ ପରେ ସୌରିନଙ୍କ କଟକ ଭଡ଼ାଘର ଓ ପରେ କୋଲକାତା ଘରେ ତଦନ୍ତ କରିବାକୁ ପହଞ୍ଚିଥିଲା କଟକ ମହିଳା ଥାନା ପୋଲିସ। କିନ୍ତୁ ତାଙ୍କୁ ପାଇନଥିଲା। ଏହା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌରିନ।

Leave a Reply

Your email address will not be published. Required fields are marked *