ଲାଲୁଙ୍କ ପୂର୍ବାନୁମାନ: ୨୦୨୪ ନିର୍ବାଚନ ହାରିବା ପରେ ମୋଦି ବିଦେଶ ପଳାଇବେ

Spread the love

ପାଟନା : ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପୂର୍ବାନୁମାନ କରିଛନ୍ତି। ସେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜର ପରାଜୟକୁ ନେଇ ଚିନ୍ତାରେ ଅଛନ୍ତି। ଏଥିସହ ସେ ବିଦେଶର କୌଣସି ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ବୋଲି ଲାଲୁ କହିଛନ୍ତି।
କିଛି ଦିନ ତଳେ ବିରୋଧୀଙ୍କୁ ସମାଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ‘ଭାରତ ଛାଡ଼’ ଶବ୍ଦର ବ୍ୟବହାର କରିଥିଲେ। ଏଥିସହ ବିରୋଧୀ ନୂଆ କରି ଗଠନ କରିଥିବା ଇଣ୍ଡିଆ ମେଣ୍ଟକୁ ଦୁର୍ନୀତିଗ୍ରସ୍ତ, ବଂଶବାଦ ଓ ଧ୍ରୁବୀକରଣ ରାଜନୀତିର ଅଂଶବିଶେଷ ବୋଲି କହି ସମାଲୋଚନା କରିଥିଲେ।
ଏହାର ଜବାବରେ ଲାଲୁ କହିଛନ୍ତି, “ମୋଦି ହିଁ ଦେଶ ଛାଡ଼ିବାକୁ ଯୋଜନା କରୁଛନ୍ତି। ଖାସ ଏହି କାରଣ ପାଇଁ ସେ ଗୋଟିଏ ପରେ ଗୋଟିଏ ଦେଶକୁ ବୁଲିବାକୁ ଯାଉଛନ୍ତି।
ସେ ଏମିତି ଏକ ସ୍ଥାନ ଖୋଜୁଛନ୍ତି ଯେଉଁଠାରେ ସେ ସୁରକ୍ଷିତ ଭାବେ ମଉଜ କରିବା ସହ ନିଜର ପିଜା, ମୋମୋ ଓ ଚାୱମିନକୁ ଉପଭୋଗ କରିପାରିବେ।” ତାଙ୍କର ଏପରି କଥା ଶୁଣି ଉପସ୍ଥିତ ଥିବା ଲୋକମାନେ ହସି ହସି ବେଦମ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *