ପୁଞ୍ଚ୍ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଅନୁପ୍ରବେଶକାରୀ ନିହତ
ଜମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ନିୟନ୍ତ୍ରଣ ରେଖା (LoC) ନିକଟରେ ସେମାନେ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ବିଫଳ କରି ଦେଇଛନ୍ତି। ସେଠାରେ ସର୍ଚ୍ଚ ଅପରେସନ୍ ପୂର୍ବରୁ ହିଁ ଜାରି ରହିଥିଲା।
ଜଣେ ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇ କହିଛନ୍ତି ଯେ ମିଳିତ ଅପରେସନ୍ ସମୟରେ ଅନୁପ୍ରବେଶକାରୀ LoC ନିକଟରେ ପ୍ରବେଶ କରିବାରୁ ଚେଷ୍ଟା କରୁଥିଲେ। ସେମାନଙ୍କ ଉଦ୍ୟମକୁ ବିଫଳ କରି ଦିଆଯାଇଛି। ଅଭିଯାନ ଏବେ ମଧ୍ୟ ଜାରି ରହିଛି। ମୁଖପାତ୍ର କହିଛନ୍ତି, ଅପରେସନ୍ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି।
କହି ରଖୁଛୁ, ଏହାପୂର୍ବରୁ ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯିବା ପରେ ସୋମବାର ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଏଲ୍ଓସି (LoC) ଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସୋମବାର ସକାଳେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।