ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ବାଳ

Spread the love

ଭୁବନେଶ୍ବର:  ନିଲମ୍ବନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ବାଳ। ସେ କହିଛନ୍ତି ୨  ଦିନ ତଳେ ମୁଁ ନିଲମ୍ବନ ନୋଟିସ ପାଇଲି।  ଦଳ ବିରୋଧୀ ପାଇଁ ମୋତେ ନିଲମ୍ବନ କରାଯାଇଛି। ମୁଁ କଂଗ୍ରେସ ପରିବାରର ଲୋକ। କଂଗ୍ରେସ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ମୋ ଜେଜେ ବାପାଙ୍କ ସହ ଆଲୋଚନା କରିଛି।  ମୁଁ ଏବଂ ମୋ ଭାଇ କଂଗ୍ରେସ ଦଳକୁ ମଖବୁତ କରିଛୁ।  ମୋ ରକ୍ତରେ ବେହିମାନି ନାହିଁ। ମୁଁ ଦଳ ବିରୋଧରେ କିଛି କରିନାହିଁ । ବସନ୍ତ – ଜାନକୀ ଯୋଡି ସେମିନାର ମୁଁ ଭାଗ ନେଇଥିଲି। ମୁଁ ଯାହା ମନ୍ତବ୍ୟ ଦେଇଥିଲେ କଂଗ୍ରେସ ସୁଦୃଢ କରିବା ପାଇଁ କହିଥିଲି। ସେତେବେଳେ ଏହି ଦୁଇ ଜଣ ଯେମିତି ସଂଗଠନ କରିଥିଲେ ଏବେର କଂଗ୍ରେସ ନେତା ସେମିତି କାମ କରିବା ଦରକାର ବୋଲି ମୁଁ କହିଥିଲି। ଏହା ଯଦି ଦଳ ବିରୋଧୀ ତେବେ ମୋର କିଛି କହିବାର ନାହିଁ। ମୋ ମନ୍ତବ୍ୟ ପାଇଁ ଝାଡ଼ସୁଗୁଡା ଉପନିର୍ବାଚନ କଂଗ୍ରେସ ପରାଜୟ ହେଲା ବୋଲି କହିଲେ କିନ୍ତୁ ଏହା ପୂର୍ବରୁ ଯେଉଁ ଉପନିର୍ବାଚନ ହୋଇଛି ସେଥିରେ କେତେ ଭୋଟ ପାଇଛି କଂଗ୍ରେସ?

କେବଳ ତିର୍ତୋଲକୁ ଛାଡି ସବୁ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ହୋଇଛି। ମୁଁ ଶୃଙ୍ଖଳିତ କର୍ମୀ, ମୋତେ ନିଲମ୍ବନ କରିବା ବହୁତ ଆଘାତ ଦେଇଛି। ଆମେ କଂଗ୍ରେସକୁ ଯୋଡିବା ନା ଭାଙ୍ଗିବା ତାର ବିଚାର କରନ୍ତୁ ବରିଷ୍ଠ କଂଗ୍ରେସ ନେତାମାନେ।

ବିଜେଡିର ହାୱା ଥାଇ ମଧ୍ୟ ତିର୍ତୋଲରୁ୨୦୦୪ ଜଗତସିଂହପୁର ୨୦୧୪ରୁ ମୁଁ ଜିତିକି ଆସିଛି। ଯେଉଁମାନେ ଚକ୍ରାନ୍ତ କରୁଛନ୍ତି ସେମାନେ ସିଧା ସଳଖ ନିର୍ବାଚନରେ ୨୦୧୯ ପରଠାରୁ ଥର ଟିଏ ମଧ୍ୟ ଜିତିକି ଆସିନାହାନ୍ତି। ଗୋଟେ କୁଚକ୍ରି ଗୋଷ୍ଠୀ ମୋତେ ଦଳରୁ ଦୂରେଇ ଦେବାକୁ ପ୍ରୟାସ କରୁଛନ୍ତି।ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ମୁଁ ଅନୁରୋଧ କରୁଛି କଂଗ୍ରେସର କୁଚକ୍ରୀ ଗୋଷ୍ଠୀ ଠାରୁ ଦୁରେଇ ରୁହନ୍ତୁ। ଦୁର୍ବଳ ଲୋକ ଅଭିଯୋଗ କରେ। ମୁଁ କାହିଁକି ଦିଲ୍ଲୀ ଯିବି ଅଭିଯୋଗ କରିବାକୁ ? ପ୍ରଭାରୀ କି ପିସିସି ସଭାପତି ମୋ ସାଙ୍ଗରେ କେହି ଆଲୋଚନା କରିନାହାନ୍ତି। ୨୦୨୪ରେ ମୁଁ ନିଶ୍ଚିନ୍ତ ନିର୍ବାଚନ ଲଢ଼ିବି।

ପିସିସି ସଭାପତିଙ୍କ ବିରୋଧରେ କାହିଁକି ମୁଁ ମୁହଁ ଖରାପ କରିବାକୁ ଚାହେଁନା। ବିଦ୍ଧିମାନଙ୍କ ପାଇଁ ଇସାରା କାଫି।ଏଭଳି ନିଷ୍ପତି କଂଗ୍ରେସ ଯୋଡ ନା କଂଗ୍ରେସ ତୋଡ଼ ତାହା ମୁଁ ଜାଣିପାରୁନାହିଁ ବୋଲି କହିଛନ୍ତି ଚିରଞ୍ଜିବ ବିଶ୍ବାଳ |

Leave a Reply

Your email address will not be published. Required fields are marked *