ବେଙ୍ଗାଲୁରୁ ବିରୋଧୀ ଦଳ ବୈଠକରେ ଯୋଗ ଦେବ ଆପ୍

Spread the love

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଆମ୍ ଆଦମୀ ପାର୍ଟି (ଆପ୍) ଅଂଶଗ୍ରହଣ କରିବ। କଂଗ୍ରେସ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗରେ ଆପକୁ ସମର୍ଥନ ଘୋଷଣା କରିବାର ଦିନକ ପରେ ଆପ୍ ଏହି ନିଷ୍ପତ୍ତି ନେଇଛି ।

ରବିବାର ବସିଥିବା ଆପ୍ ର ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ସୂଚନା ଦେଇ ଆପ୍ ସାଂସଦ ରାଘବ ଚଢ଼ା କହିଛନ୍ତି ଯେ କଂଗ୍ରେସ ଦଳ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଏବଂ ପ୍ରତିବାଦ କରିବାକୁ ଘୋଷଣା କରିଛି। କଂଗ୍ରେସ ଦଳର ଏହି ଘୋଷଣାକୁ ଆମେ ସ୍ୱାଗତ କରୁଛୁ । ମୁଁ କହିବାକୁ ଚାହେଁ ଯେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ।

ରାଘବ ଚଢ଼ା କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ପିଏସି ବୈଠକରେ ସବୁ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଦିଲ୍ଲୀର ଏହି ଅଧ୍ୟାଦେଶ ସ୍ପଷ୍ଟ ଭାବେ ଦେଶବିରୋଧୀ। ଏହାକୁ ସମର୍ଥନ କରୁଥିବା ସମସ୍ତେ ଦେଶବିରୋଧୀ। ଦେଶର ଗଣତନ୍ତ୍ରକୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ଏହି କଳା ଅଧ୍ୟାଦେଶ ବିରୋଧରେ ଭୋଟ୍ ଦେବେ। ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଏ ନେଇ ପ୍ରତ୍ୟେକ ବିରୋଧୀ ଦଳ ସହ ଯୋଗାଯୋଗ କରିଥିଲେ। ସମସ୍ତେ ଏହି ପ୍ରସଙ୍ଗରେ ଆମର ସମର୍ଥନ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *