ଏଭରେଷ୍ଟ୍‍ ଶୃଙ୍ଗ ନିକଟରୁ ମିଳିଲା ନିଖୋଜ ହେଲିକପ୍ଟରର ଧ୍ୱଂସାବଶେଷ, ସମସ୍ତ ୬ ଯାତ୍ରୀଙ୍କ ମୃତ୍ୟୁ

Spread the love

ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ସମସ୍ତ ୬ ଜଣଙ୍କର ମୃତଦେହ ମିଳିଛି। ମଙ୍ଗଳବାର ସକାଳେ ହେଲିକପ୍ଟର ନିଖୋଜ ହୋଇଥିଲା। ଏହାପରେ ମିଳିଛି ମୃତଦେହ। ନିଖୋଜ ହେଲିକପ୍ଟରର ଧ୍ୱଂସାବଶେଷ ଠାବ ହୋଇଛି।

ଲିଖୁ ପିକେ ଭିଲେଜ କାଉନସିଲ ନିକଟରୁ ମିଳିଛି ଭଗ୍ନାବଶେଷ। ପାହାଡ଼ ଶିଖରରେ ଏକ ଗଛ ସହ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ମନାଙ୍ଗ ଏୟାର ହେଲିକପ୍ଟରଟି କାଠମାଣ୍ଡୁରୁ ସୋଲୁଖୁମ୍ବ ଯାଉଥିଲା। ଏଥିରେ କ୍ୟାପଟେନଙ୍କ ସହ ୫ ବିଦେଶୀ ପର୍ଯ୍ୟଟକ ଥିଲେ।

ନେପାଳର ଏଭରେଷ୍ଟ ଶୃଙ୍ଗ ନିକଟରେ ହେଲିକପ୍ଟର ନିଖୋଜ ହୋଇଯାଇଥିଲା। ସୋଲୁଖୁମ୍ବ ଜିଲ୍ଲାର ଲିଖୁ ପିକେ ରୁଲା ମ୍ୟୁନିସିପାଲିଟି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରର କଲ୍ ସାଇନ 9NMV ଥିଲା। ଅନୁସନ୍ଧାନକାରୀ ଟିମ୍ ଚପରର ଭଗ୍ନାବଶେଷ ଠାବ କରିଥିବା ବେଳେ ୬ ମୃତଦେହ ଉଦ୍ଧାର କରାଯାଇଛି।

ହେଲିକପ୍ଚରରେ ଯାଉଥିବା ବିଦେଶୀ ପର୍ଯ୍ୟଟକମାନେ ମେକ୍ସିକୋ ନାଗରିକ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଗତ ଜାନୁଆରୀରେ ନେପାଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା। ଲ୍ୟାଣ୍ଡ ହେବାର କିଛି ସମୟ ପୂର୍ବରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୭୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *