ଗୋଟିଏ ମଞ୍ଚରେ ବସିବେ ଶରଦ ପାୱାର ଓ ଅଜିତ ପାୱାର

Spread the love

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ରେ ବିଭାଜନ ପରେ ପ୍ରଥମ ଥର ଏକାଠି ମଞ୍ଚ ସେୟାର କରିବେ ଶରଦ ପାୱାର ଓ ଅଜିତ ପାୱାର। ପୁଣେରେ ଏକ କାର୍ଯ୍ୟକ୍ରମରେ ଉଭୟେ ଯୋଗଦେବାକୁ ଯାଉଛନ୍ତି। ଲୋକମାନ୍ୟ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ ଅନୁସାରେ, ଅଗଷ୍ଟ ୧ରେ ପୁଣେରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଶରଦ ପାୱାର ଓ ଅଜିତ ପାୱାର ମଧ୍ୟ ଅଂଶଗ୍ରହଣ କରିବେ।

ଟ୍ରଷ୍ଟ୍‍ ତରଫରୁ ସୂଚନା ଦିଆଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଆଦର୍ଶ ନେତୃତ୍ୱ ଏବଂ ନାଗରିକଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଏକ ମେମେଣ୍ଟୋ ଏବଂ ଏକ ସାଇଟାସନ୍ ଦିଆଯିବ।

ଟ୍ରଷ୍ଟ କହିଛି, ପିଏମ୍‌ ମୋଦି ଭାରତକୁ ବିଶ୍ୱ ମାନଚିତ୍ରରେ ରଖିଛନ୍ତି। ତାଙ୍କର ଦୃଢ଼ ମନୋବଳ ଏବଂ ପ୍ରୟାସ ଦେଖି ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟିମାନେ ସର୍ବସମ୍ମତି କ୍ରମେ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରିଛନ୍ତି।

ଏହି ସମାରୋହରେ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଳକଙ୍କ ୧୦୩ତମ ପୁଣ୍ୟ ତିଥି ପାଳନ କରାଯିବ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ପୁଣେରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେହିପରି ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ୍‌ ପ୍ରମୁଖ ସମାରୋହରେ ଯୋଗଦେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *