ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଗୁରୁତର

Spread the love

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଜଣ ଗୁରୁତର । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା । ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ ନେଇ କଟକରୁ କାର୍‌ରେ ଫେରୁଥିଲେ। ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗରୁ ବସ୍ତା ଷ୍ଟେସନକୁ ଯାତ୍ରୀ ନେଇ ଯାଉଥିବା ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ କାର ସହ ଜୋରରେ ଧକ୍କା ଦେଇ ରାସ୍ତାର ତଳକୁ ଖସି ପଡିଥିଲା । ଫଳରେ ଅଟୋ, କାର ଏବଂ ବାଇକ ସିରିଜ ଦୁର୍ଘଟଣାରେ ୮ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲେଶ୍ଵର ଏବଂ ବସ୍ତା ହସପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *