‘ୟୁନିଫର୍ମ ସିଭିଲ୍‌ କୋଡ୍‌’କୁ ସମର୍ଥନ କଲେ ମାୟାବତୀ

Spread the love

ଦେଶରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌ (ୟୁସିସି)’ ବା ସମାନ ନାଗରିକ ସଂହିତା ଲାଗୁ କରିବାକୁ ନେଇ ମାୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ମାୟାବତୀ ଏ ସମ୍ପର୍କରେ ଏକ ପ୍ରେସ୍‌ ବାର୍ତ୍ତାରେ କହିଛନ୍ତି କି, ‘ଆମେ ୟୁସିସି ବିରୋଧରେ ନାହୁଁ। କିନ୍ତୁ ସରକାର ଏହାକୁ ଯେଉଁଭଳି ଢଙ୍ଗରେ ଲାଗୁ କରିବାକୁ ଚାହୁଁଛନ୍ତି, ତାହାକୁ ଆମେ ସମର୍ଥନ କରୁନାହୁଁ’।

ମାୟାବତୀ କହିଛନ୍ତି, ଭାରତରେ ସବୁ ଧର୍ମର ଲୋକେ ବାସ କରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ନିୟମ ଏବଂ ରୀତିନୀତି ରହିଛି, ଯାହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ସେ କହିଛନ୍ତି ଯେ ସମ୍ବିଧାନରେ ୟୁସିସି ବିଷୟରେ ଉଲ୍ଲେଖ ଅଛି, କିନ୍ତୁ ଏହାର ଲାଗୁ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ।

ମାୟାବତୀ ୟୁସିସି ବିରୋଧରେ ନାହାନ୍ତି, କିନ୍ତୁ ବିଜେପିର ଢଙ୍ଗ ସହିତ ସହମତ ନୁହଁନ୍ତି। ତାଙ୍କ କହିବା ହେଲା, ୟୁସିସି ଉପରେ ସଂକୀର୍ଣ୍ଣ ରାଜନୀତି କରିବା ଠିକ୍ ନୁହେଁ। ଦେଶର ଜନହିତରେ ସରକାର ମୁଦ୍ରାସ୍ଫୀତି, ଦାରିଦ୍ର ଏବଂ ଶିକ୍ଷା ପ୍ରତି ଧ୍ୟାନ ଦେବା ଉଚିତ୍। ମାୟାବତୀ କହିଥିଲେ ଯେ ଦେଶର ପ୍ରମୁଖ ସମସ୍ୟାଗୁଡ଼ିକ ପ୍ରତି ସରକାର ଧ୍ୟାନ ଦେଉ ନାହାନ୍ତି, ବରଂ ଏଥିରୁ ବିଚ୍ୟୁତ ହେବା ପାଇଁ ୟୁସିସି ଉପରେ ଚର୍ଚ୍ଚା କରୁଛନ୍ତି।

କହି ରଖୁଛୁ ଯେ ଜୁଲାଇ ୩ରେ ସଂସଦର ଷ୍ଟାଣ୍ଡିଂ କମିଟି ଏହା ଉପରେ ଆଲୋଚନା କରିବାକୁ ଯାଉଥିବା ବେଳେ ମାୟାବତୀଙ୍କ ବୟାନ ସାମ୍ନାକୁ ଆସିଛି। ଆଲୋଚନା ପରେ ସରକାର ୟୁସିସି ବିଲ୍‌କୁ ସଂସଦରେ ଉପସ୍ଥାପନ କରିବେ। ବର୍ତ୍ତମାନ ବିଭିନ୍ନ ଦଳ ପକ୍ଷରୁ ଏ ନେଇ ବୟାନ ସାମ୍ନାକୁ ଆସୁଛି। ବିଏସ୍‌ପି ଲକ୍ଷ୍ନୌରେ ବୟାନ ଜାରି କରି ଏହା ଉପରେ ଦଳର ପକ୍ଷ ରଖିଛି।

 

Leave a Reply

Your email address will not be published. Required fields are marked *