ରାଜଧାନୀରେ ଡେଙ୍ଗୁ ସ୍ଥିତି ଜଟିଳ: ସତର୍କ ରହିବାକୁ ପରାମର୍ଶ ଦେଲା ବିଏମସି

Spread the love

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। ରାଜଧାନୀର ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି। ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ଏନେଇ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ କହିଛନ୍ତି, ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଆଜି ଏଜି ଛକ ଆଖପାଖ ଅଞ୍ଚଳରେ ବିଏମସି ଟିମ ସଫେଇ କରିଛି। ରାଜଧାନୀରେ କିଛି କିଛି ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ଖବର ଅଛି। ସାଲିଆ ସାହି, ଓଲଡ ଟାଉନ, ଆଇଆରସି ଭିଲେଜ ହଟସ୍ପଟ୍ ପାଲଟିଛି। ଉକ୍ତ ଅଞ୍ଚଳରେ ଡେଙ୍ଗୁ କିପରି ଅଧିକ ନ ବ୍ୟାପିବ ସେନେଇ ଫଗିଂ କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳରେ ସଫେଇକୁ ତ୍ବରାନ୍ବିତ କରାଯାଉଛି। ସମୂହ ସଫେଇ ମାଧ୍ୟମରେ ଏହାକୁ ପ୍ରତିହତ କରାଯାଇପାରିବ। ମଶା ଔଷଧ, ବ୍ଳିଚିଂ ପକାଯାଉଛି। ଗତବର୍ଷ ଭୁବନେଶ୍ୱରର ଅଧିକ ସ୍ଥାନରେ ଡେଙ୍ଗୁ ବ୍ୟାପିଥିଲା। କିନ୍ତୁ ଏବର୍ଷ ସେପରି ସ୍ଥିତି ନାହିଁ । ବିଏମସି ୨୦ଟି ଫଗିଂ ମେସିନ ମଗାଇଛି । ଏବେ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ଡେଙ୍ଗୁ ରକ୍ତ ପରୀକ୍ଷା କରାଯାଉଛି। ଏହା ବ୍ୟତୀତ ୨୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ପାଇଁ ଲୋକେ ରକ୍ତ ଦେଇପାରିବେ।

ଏଣେ ମହାନଗର ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୁର ବିକାଶ କହିଛନ୍ତି, ରାଜଧାନୀ ବାସିନ୍ଦାଙ୍କୁ ସତର୍କ ହେବାକୁ ହେବ। ନିଜ ଅଞ୍ଚଳ ସଫା କରିବାକୁ ପଡ଼ିବ। ଫଗିଂ ବିଭିନ୍ନ ସ୍ଥାନରେ ଚାଲିଛି। ନୂଆ ମେସିନ ଆସିବା ପରେ ଦିନ ହିସାବରେ ଟାର୍ଗେଟେଡ ଫଗିଂ କରାଯିବ। ସମ୍ବେଦନଶୀଳ ସ୍ଥାନରେ ପ୍ରାଥମିକତା ଭାବେ ଫଗିଂ କରାଯିବାକୁ ଯୋଜନା ରହିଛି।

Leave a Reply

Your email address will not be published. Required fields are marked *