ମହାଆଡ଼ମ୍ବରରେ ଇଦ୍ ଉଲ ଫିତର ପାଳନ

Spread the love

ଭୁବନେଶ୍ୱର: ଆଜି ପବିତ୍ର ଇଦ୍ । ଉତ୍ସାହର ସହିତ ଇଦ୍ ଉଲ ଫିତର ପାଳନ କରୁଛନ୍ତି ଦେଶର ମୁସଲମାନ ଭାଇଭଉଣୀ । ମହାଆଡ଼ମ୍ବରରେ ସାମୂହିକ ନମାଜ ପାଠର ବ୍ୟବସ୍ଥା ହୋଇଛି । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ନେଇ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ ।

ଓଡ଼ିଶାର ଭାଇଚାରାର ସହର କଟକରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମିଳିତ ଭାବରେ ଇଦ୍ ପାଳୁଛନ୍ତି । ସହରର ବିଭିନ୍ନ ମସଜିଦରେ ନମାଜ ପାଠ କରାଯିବାର ବ୍ୟବସ୍ଥା ହୋଇଛି । କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ କମିଶନରେଟ ପୋଲିସ ଓ ସିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *