ଷ୍ଟେଜରେ ଗୀତ ଗାଉଥିଲେ ମହିଳା, ମାଇକ୍‌ ଯୋଗେ ମାରିଲା କରେଣ୍ଟ

Spread the love

ଏମିତି ବି ଆସେ ମୃତ୍ୟୁ, ଯାହାକୁ ବି କଳ୍ପନା କରିବା ମୁସ୍କିଲ । ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ମହିଳା ଅତିଥିଙ୍କ ସମ୍ମୁଖରେ ଗୀତ ଗାଉଥିବା ବେଳେ ମାଇକ୍‌ରେ ସର୍ଟ ସର୍କିଟ ହୋଇଯିବାରୁ ତାଙ୍କ ମୃତ୍ୟୁ ଘଟିଛି। ଫଳରେ ହଠାତ୍‌ ହସଖୁସିର ପରିବେଶ କାନ୍ଦବୋବାଳିରେ ଫାଟି ପଡ଼ିଲା। ଏପରି ଏକ ହୃଦୟ ବିଦାୟକ ଘଟଣା ବିହାରର ସମଷ୍ଟିପୁର ଅଞ୍ଚଳର ମାବି ଗାଁରେ ଘଟିଛି। ମୃତ ମହିଳାଜଣକ ହେଲେ ମୀନା ଦେବୀ ।

ମାବି ଗାଁରେ ହେଉଥିବା ଏକ ବିବାହ ଉତ୍ସବରେ ଗାଁର ବହୁ ମହିଳା ଯୋଗ ଦେଇଥିଲେ। ସେମାନଙ୍କ ସହ ମୀନା ଦେବୀ ବି ଉକ୍ତ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଘର ଲୋକଙ୍କ ସମେତ ବନ୍ଧୁବାନ୍ଧବ ବି ହସଖୁସିରେ ମାତିଥିଲେ। ଏହି ସମୟରେ ମୀନା ଦେବୀ ଷ୍ଟେଜ ଉପରକୁ ଯାଇ ମାଇକ୍‌ ନିକଟରେ ଛିଡ଼ା ହୋଇ ଗୀତ ଗାଇଥିଲେ।

ମାତ୍ର ମୃତ୍ୟୁ ତାଙ୍କୁ ଛକି ରହିଛି ବୋଲି ସେ ଭାବି ନ ଥିଲେ। ମୀନା ଦେବୀ ମାଇକ୍‌କୁ ସ୍ପର୍ଶ କରି ଗୀତ ବୋଲୁଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇ ଯାଇଥିଲା। ଫଳରେ କେହି କିଛି ବୁଝିବା ପୂର୍ବରୁ ମୀନା ଦେବୀ ଛଟପଟ ହୋଇ ତଳେ ପଡ଼ି ଯାଇଥିଲେ।ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *