ବଦ୍ରିନାଥ ଧାମ ଆଖପାଖରେ ପାଳନ ହୋଇପାରିବ ନାହିଁ ଇଦ୍

Spread the love

ଚମୋଲି : ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ।  ବଦ୍ରିନାଥ ଧାମରେ ଥିବା ପଣ୍ଡା-ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ଯୋଶୀମଠ ପରେ ଇଦ୍ ପର୍ବ ପାଳନ କରାଯିବ ନାହିଁ।

ଗତ ବର୍ଷ ପର୍ଯ୍ୟନ୍ତ ବଦ୍ରିନାଥ ଧାମରେ ମଧ୍ୟ ଏହା ପାଳିତ ହେଉଥିଲା । କିନ୍ତୁ ଏଥର ଇଦ୍-ଉଲ୍-ଜୁହା ପର୍ବ ପାଳନ ପାଇଁ ଶ୍ରୀ ବଦ୍ରିନାଥ ଧାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ହିନ୍ଦୁ ସଂଗଠନ ସହିତ ପୁଲିସ, ବଦ୍ରିନାଥ ବ୍ୟବସାୟ ସଂଗଠନ, ପଣ୍ଡା-ପୁରୋହିତ, ତୀର୍ଥ ପୁରୋହିତ, ଠିକାଦାର ଓ ଧାମରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ବି ଯୋଗ ଦେଇଥିଲେ ।

ବଦ୍ରିନାଥ ଧାମରେ ଇଦ୍ ନମାଜ ପାଠ ନ କରିବାକୁ ବୈଠକରେ ସେବାୟତମାନେ  ଦାବି କରିଥିଲେ। କାରଣ ଏଠାରେ ଧାର୍ମିକ ବିଶ୍ୱାସ ଅନୁସାରେ ଇଦ୍ ନମାଜ ପଢ଼ିବାର ପରମ୍ପରା ନାହିଁ। ଏଭଳି ସ୍ଥିତିରେ ଅଣହିନ୍ଦୁଙ୍କ ସହ କଥା ହୋଇ ନମାଜ ନ ପଢିବାକୁ ପୁଲିସ ପ୍ରଶାସନ ନିକଟରେ ଦାବି କରାଯାଇଥିଲା । ଅଣହିନ୍ଦୁମାନେ ଏହି ଧାନ ନିକଟରେ ନମାଜ ପାଠ ନ କରିବାକୁ ଦିଆଯାଇଥିବା ପ୍ରସ୍ତାବରେ ରାଜି ହୋଇଥିଲେ ।

ପଣ୍ଡା ପୂଜକ ପ୍ରବୀଣ ଧ୍ୟାନୀ କହିଛନ୍ତି ଯେ ଗତ କିଛି ବର୍ଷ ଧରି ବଦ୍ରିନାଥ ଧାମରେ ଅଣହିନ୍ଦୁମାନେ ଗୁପ୍ତରେ ଇଦ୍ ନମାଜ ପାଠ କରୁଥିଲେ। ଏହାକୁ ନେଇ ହିନ୍ଦୁ ସଂଗଠନଗୁଡ଼ିକ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *