ସିଙ୍ଗର୍‌ ତଥା ରାପର୍‌ ହନି ସିଂଙ୍କୁ ହତ୍ୟା ଧମକ

Spread the love

ସିଙ୍ଗର୍‌ ତଥା ରାପର୍‌ ହନି ସିଂଙ୍କୁ ହତ୍ୟା ଧମକ। ହନିଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ। ଏ ନେଇ ସିଙ୍ଗର୍‌ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ କାନାଡାରେ ଥିବା ଗ୍ୟାଙ୍ଗଷ୍ଟାର୍‌ ଗୋଲ୍ଡି ବରାର୍‌ ତାଙ୍କୁ ଧମକପୂର୍ଣ୍ଣ ଭଏସ୍‌ ନୋଟ୍‌ ପଠାଇଛନ୍ତି।

ଦିଲ୍ଲୀ ପୋଲିସ ଅନୁସାରେ, ହନି ସିଂ ବୁଧବାର ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ର ସ୍ପେଶାଲ ସିପିଙ୍କୁ ଭେଟିଥିଲେ। ଗୋଲ୍ଡି ବରାର୍‌ ଭଏସ୍‌ ନୋଟ୍‌ ଜରିଆରେ ହନି ସିଂଙ୍କୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସ୍ପେଶାଲ ସେଲ୍‌ ଭଏସ୍‌ ନୋଟ୍‌ ଯାଞ୍ଚ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସେପଟେ ହନି ସିଂ ପୋଲିସ ନିକଟରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି।

ସେ କହିଛନ୍ତି କି, ଯେତେବେଳେ ମୋ ମ୍ୟାନେଜରଙ୍କୁ ମୋତେ ଜୀବନରୁ ମାରିଦେବା ନେଇ ଧମକପୂର୍ଣ୍ଣ କଲ୍‌ ଆସିଥିଲା, ସେହି ସମୟରେ ମୁଁ ଆମେରିକାରେ ଥିଲି। ମୁଁ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛି। ସ୍ପେଶାଲ ସେଲ୍‌ ମାମଲାର ତଦନ୍ତ କରିବ। ମୁଁ ସେମାନଙ୍କୁ ସମସ୍ତ ସୂଚନା ଏବଂ ପ୍ରମାଣ ଦେଇ ଦେଇଛି।

Leave a Reply

Your email address will not be published. Required fields are marked *