କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା

Spread the love

କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ଗୁରୁଦ୍ବାର ବାହାରେ ଗୁଳିକରି ହତ୍ୟା କରାଯାଇଛି । ଏହି ଟାର୍ଗେଟ ସୁଟିଂରେ ଖଲିସ୍ତାନୀ ସମର୍ଥକ ନିଜ୍ଜରଙ୍କୁ ଅନେକ ଗୁଳି ମରାଯାଇଥିଲା । ହରଦୀପ ସିଂ ଭାରତୀୟ ଏଜେନ୍ସୀ ଦ୍ବାରା ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ସାମିଲ ଥିଲା । ଭାରତରେ ଅନେକ ହିଂସା ଏବଂ ଅପରାଧ ମାମଲାରେ ତାଙ୍କ ନାମ ଜଡିତ ଥିଲା ।

କାନାଡା ଅନ୍ତର୍ଗତ ବ୍ରିଟିଶ୍‌ କଲମ୍ବିଆ ପ୍ରଦେଶର ପଞ୍ଜାବୀ ସମ୍ପ୍ରଦାୟ ବହୁଳ ସରି ନଗରୀ‌ସ୍ଥିତ ଗୁରୁ ନାନକ ଶିଖ୍‌ ଗୁରୁଦ୍ବାରରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ସରି ନଗରୀ‌ ଗୁରୁ ନାନକ ଶିଖ୍‌ ଗୁରୁଦ୍ବାରର ଅଧ୍ୟକ୍ଷ ଥିଲେ ।

ଭାରତରେ ନି‌ଷିଦ୍ଧ କରାଯାଇଥିବା ଶିଖ୍‌ସ୍‌ ଫର୍‌ ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ) ନାମକ ବିଚ୍ଛିନ୍ନତାବାଦୀ ସଙ୍ଗଠନ ସହିତ ତାଙ୍କର ସଂପୃକ୍ତି ରହିଥିଲା । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ନିଜ୍ଜାର୍‌ଙ୍କ ନାମରେ ନ୍ୟାସନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସୀ ପୂର୍ବରୁ ଚାର୍ଜସିଟ୍‌ ଦାଖଲ କରିଥି‌ଲା।

ସୂଚନାଯୋଗ୍ୟ, ୨୦୨୨ରେ ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ହତ୍ୟା କରାଯିବା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ନିଜ୍ଜରଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି  ଏନ୍‌ଆଇଏ ଘୋଷଣା କରିଥିଲା।

ନିକଟରେ ଭାରତ ସରକାରଙ୍କ ତରଫରୁ ଜାରି ହୋଇଥିବା ୱାଣ୍ଟେଡ ଲିଷ୍ଟରେ ନିଜ୍ଜରଙ୍କ ନାମ ସାମିଲ ରହିଥିଲା । ଏହି ଲିଷ୍ଟରେ ୪୦ ଅନ୍ୟ ଆତଙ୍କୀଙ୍କ ନାମ ରହିଛି । ତେବେ ନିଜ୍ଜରଙ୍କୁ କେଉଁ ସଂଗଠନ ହତ୍ୟା କରି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ତେବେ ନିକଟରେ ଖଲିସ୍ତାନୀ ଆନ୍ଦୋଳକୁ ନେଇ ଭାରତୀୟ ଏଜେନ୍ସୀ ଲଗାତାର କାମ କରୁଛି । ପଞ୍‌ଜାବ ଏ ୱାରିସ ସଂଗଠନର ମୁଖ୍ୟ ଅମ୍ରିତପାଲ ଏବଂ ତାଙ୍କ ସମର୍ଥକଙ୍କୁ ଗିରଫ କରାଯାଇଛି । ଯାହା ପରେ କାନାଡା ଏବଂ ବାକି ଦେଶରେ କାମ କରୁଥିବା ଅନ୍ୟ ଖଲିସ୍ତାନୀ ସମର୍ଥକଙ୍କୁ ବଡ ଝଟକା ଲାଗିଛି । ଏହାଛଡା ଅମ୍ରିତପାଲର ନିକଟ ସହଯୋଗୀ ତଥା ଖଲିସ୍ତାନୀ ସମର୍ଥନ ଅବତାର ସିଂ ଖାଣ୍ଡା କ୍ୟାନସରରେ ମୃତ୍ୟୁବରଣ ହୋଇଛି ।

Leave a Reply

Your email address will not be published. Required fields are marked *