ଯନ୍ତ୍ରୀଙ୍କ ପରକୀୟା ପ୍ରୀତି, ଅଧରାତିରେ ପହଞ୍ଚି ଗଲେ ସ୍ତ୍ରୀ

Spread the love

ଉଦଳା: ଯନ୍ତ୍ରୀଙ୍କ ରୋମିଓଗିରି ପଦାରେ ପଡ଼ିଛି। ନିଜ ସ୍ତ୍ରୀ ଥାଇ ବି ଅନ୍ୟ ଜଣେ ଯୁବତୀଙ୍କ ସହିତ ରାତି ବିତାଇବା ମହଙ୍ଗା ପଡ଼ିଛି। ଇଂଜିନିୟର ସ୍ବାମୀ ପରକୀୟା ପ୍ରୀତିରେ ମାତିଥିବା ବେଳେ ସଂପର୍କୀୟଙ୍କ ସହିତ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଫଳରେ ଦୀର୍ଘ ଦିନରୁ ଚାଲି ଆସିଥିବା ପ୍ରେମ କାହାଣୀ ଲୋକଲୋଚନାକୁ ଆସିଛି। ମୟୂରଭଂଜ ଜିଲ୍ଲା ଉଦଳା ଅଞ୍ଚଳରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି।

ରାତିରେ ମହିଳାଙ୍କ ଘରେ ପଶି ପରକୀୟା ପ୍ରୀତିରେ ମାତିଥିଲେ ଯନ୍ତ୍ରୀ। ଆଉ ଧରା ପଡିଗଲା ପରେ ଖସି ଯିବାକୁ ଚେଷ୍ଟା କରୁଥିଲେ ହେଲେ ମାଡି ବସିଲେ ଗ୍ରାମବାସୀ ଓ ସ୍ତ୍ରୀ। ଉଭୟ ଯନ୍ତ୍ରୀ ଏବଂ ମହିଳାଙ୍କୁ ଧରିବା ପରେ ଅଡୁଆରେ ପଡ଼ିଗଲେ ଯନ୍ତ୍ରୀ। ଭଲ କରି ଦେଖନ୍ତୁ ଏ ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକର ଯନ୍ତ୍ରୀ ଗୋଲକ ବିହାରୀ ମାରାଣ୍ଡି। ସେ କେଉଁଝର ଜିଲ୍ଲା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨ ଗୋଟି ଝିଅ ମଧ୍ୟ ଅଛନ୍ତି। ହେଲେ ଯନ୍ତ୍ରୀ ବାବୁଙ୍କୁ ଘାରିଛି ପରକୀୟା ପ୍ରୀତି ନିଶା। ଗତକାଲି (ରବିବାର) ରାତିରେ ସେ କପ୍ତିପଦା ଥାନା ମାଛିଆ ଗ୍ରାମର ଜଣେ ଯୁବତୀଙ୍କ ଘରେ ପଶି ପରକୀୟା ପ୍ରୀତିରେ ମାତିଥିଲେ। ଏହି ସମୟରେ ଯନ୍ତ୍ରୀ ଗୋଲକ ବିହାରୀ ମାରାଣ୍ଡିଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯନ୍ତ୍ରୀ ଏବଂ ଉକ୍ତ ଯୁବତୀଙ୍କୁ ଧରିଥିଲେ। ଧରା ପଡ଼ିବା ପରେ ଯନ୍ତ୍ରୀ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ଯନ୍ତ୍ରୀଙ୍କ ରୋମିଓଗିରି ପଦାକୁ ଆସିବା ପରେ ତାଙ୍କ ସ୍ତ୍ରୀ ଏ ନେଇ ଉଦଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *