ଉଗାଣ୍ଡାରେ ISIS ଯୁବକଙ୍କ ଆଖିବୁଜା ଗୁଳିଚାଳନା, ୨୫ ଛାତ୍ର ମୃତ

Spread the love

ଆଫ୍ରିକୀୟ ଦେଶ ଉଗାଣ୍ଡାର ପଶ୍ଚିମ ଭାଗରେ ଥିବା ଏକ ସ୍କୁଲରେ ଆଇଏସଆଇଏସ୍‌ ଜଡିତ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିଚାଳନା କରିଛି । ଫଳରେ ସ୍କୁଲରେ ଅତିକମରେ ୨୫ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ରହିଛନ୍ତି । ଘଟଣାଟି ଗତକାଲି ରାତିରେ ହୋଇଛି । କଙ୍ଗୋ ବର୍ଡର ଠାରୁ କିଛିଦୂରରେ ଏହି ଘଟଣା ଘଟିଛି ।

ପୋଲିସ କହିବା ମୁତାବକ, ମୋପଣ୍ଡୱେରେ ଥିବା ଲୁବିରିରା ସେକେଣ୍ଡାରୀ ସ୍କୁଲର ୨୫ ପିଲାଙ୍କ ପ୍ରାଣ ଚାଲିଯାଇଛି । ତେବେ ଏମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୱେରା ହସପିଟାଲକୁ ପଠାଯାଇଛି । ଘଟଣାରେ ଅନ୍ୟ ୮ ଜଣ ଆହତ ରହିଛନ୍ତି ।

ସ୍କୁଲ ନିକଟରେ ଆକ୍ରମଣ ହୋଇଥିବା ବେଳେ ଛାତ୍ରବାସକୁ ନିଆଁ ଲଗାଇ ଦେଇଥିଲା ଆକ୍ରମଣକାରୀ । ଏହାସହିତ ପିଲାଙ୍କ ପାଇଁ ରଖାଯାଇଥିବା ଖାଦ୍ୟସାମଗ୍ରୀ ଷ୍ଟୋରରେ ମଧ୍ୟ ଲୁଟ୍‌ କରାଯାଇଛି ।  ତେବେ ଘଟଣା ବିଷୟରେ ବିଶେଷ କିଛି ଖବର ସାମ୍ନାକୁ ଆସିନାହିଁ ।

 

Leave a Reply

Your email address will not be published. Required fields are marked *