ବାଇକକୁ ଧକ୍କା ଦେଇ ଜଳିଗଲା ଟ୍ଯାଙ୍କର ; ୨ ମୃତ

Spread the love

ରାୟଗଡା : ବାଇକୁ ଧକ୍କାଦେଲା ଟ୍ଯାଙ୍କର । ୨ ମୃତ, ଜଣେ ଗୁରୁତର ଆହତ । ଘଟଣା ସ୍ଥଳରେ ଜଳିଗଲା ଟ୍ଯାଙ୍କର । ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇ୍‌କ ଆରୋହୀ ରାଫକଣାରୁ ଟିକିରି ଫେରୁଥିବା ବେଳେ ଉତ୍କଳ ଆଲୁମିନା କାରଖାନାରୁ ଆଲୁମିନା ପାଉଡର ବୋଝେଇ ଟ୍ଯାଙ୍କର ବାଇକ୍‌୍‌କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ବାଇକ୍‌ ଆରୋହୀ ଦୁଇ ଜଣଙ୍କର ମୃତ୍ୟ ଘଟିଥିଲା ।

ତେବେ ଟ୍ୟାଙ୍କରଟି ଧକ୍କା ଦେବା ପରେ ବାଇକ୍‌କୁ ପ୍ରାୟ ୨ ଶହ ମିଟର ଘୋଷାଡି ନେଇଥିଲା । ଫଳରେ ବାଇକ ଓ ଟ୍ୟାଙ୍କରରେ ନିଆଁ ଲାଗି ଜଳି ଯାଇଥିଲା। ଟିକିରି ଅଗ୍ନିଶମ ବିଭାଗ ଘଟଣାର ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ମୃତକମାନେ ହେଲେ ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗାଁର ମହେଶ୍ୱର ମାଝୀ ଓ ଶଙ୍କରଡା ପଞ୍ଚାୟତ କୁପାଖାଲ ଗାଁର ଓଡିଆ ମାଝୀ । ଆହତ ଡେଙ୍ଗାଗୁଡା ଗାଁର ସୁରେଶ ମାଝୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି । ଘଟଣା ସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି। ଅନ୍ୟପଟେ କ୍ଷତି ପୂରଣ ଦାବିରେ ଘଟଣା ସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ରାୟଗଡ଼ା ଠାରୁ ଟିକିରି ଓ କାଶୀପୁରକୁ ଯାତାୟାତ ଠାପ ହୋଇଯାଇଛି ।

Leave a Reply

Your email address will not be published. Required fields are marked *