ପାର୍କିଙ୍ଗ୍‌ ଜରିମାନାରୁ ନିସ୍ତାର ପାଇବାକୁ ଆପାର୍ଟମେଣ୍ଟ୍‌ ଛାତରେ ଭ୍ୟାନ୍‌ ରଖିଲେ ବ୍ୟକ୍ତି

Spread the love

ନୂଆଦିଲ୍ଲୀ: ରାସ୍ତାରେ ଗାଡ଼ି ପାର୍କିଙ୍ଗ୍‌ କରି ଥରକୁ ଥର ଜରିମାନା ଗଣି ହତାଶ ହୋଇଯାଇଥିବା ତାଇୱାନ୍‌ ଅନ୍ତର୍ଗତ ତାଇଚୁଙ୍ଗ୍‌ର ଜଣେ ବ୍ୟକ୍ତି ଆପାର୍ଟମେଣ୍ଟ୍‌ ଛାତ ଉପରେ ଦୁଇଟିଯାକ ଭ୍ୟାନ୍‌ ରଖି ସମ୍ପ୍ରତି ଚର୍ଚ୍ଚିତ ହୋଇଥିବା କଥା ‘ତାଇୱାନ୍‌ ନିଉଜ୍‌’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ଆଗରୁ ବ୍ୟକ୍ତିଜଣକ ତାଙ୍କ ଭ୍ୟାନ୍‌ ଦୁଇଟିକୁ ରାସ୍ତାରେ ପାର୍କିଙ୍ଗ୍‌ କରୁଥିଲେ। କିନ୍ତୁ, ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ତାଙ୍କ ଉପରେ ସବୁବେଳେ ଜରିମାନା କରିବାରୁ ସେ ହତାଶ ହୋଇପଡ଼ିଲେ।

କଣ୍ଟ୍ରାକ୍ଟର୍‌ କାମ କରୁଥିବା ସେ ବ୍ୟକ୍ତିଜଣକ ଜରିମାନା ଏଡ଼ାଇବା ଲାଗି ଶେଷକୁ ଉପାୟଟିଏ ପାଇଲେ। ସେ ରହୁଥିବା ଆପାର୍ଟମେଣ୍ଟ୍‌ ଛାତ ଉପରକୁ ଭ୍ୟାନ୍‌ ଦୁଇଟିକୁ ଉଠାଇବା ଲାଗି ଭଡ଼ାରେ କ୍ରେନ୍‌ଟିଏ ମଗାଇଲେ।

ସୂଚନାଯୋଗ୍ୟ, ସେ ଆପାର୍ଟମେଣ୍ଟ୍‌ କୋଠା ଛାତରେ ପାର୍କିଙ୍ଗ୍‌ ସୁବିଧା ନାହିଁ। ଦୁଇଟିଯାକ ଭ୍ୟାନ୍‌ ବି ଛାତ ଉପରେ ଧରୁନି। ତେଣୁ, ଗୋଟିଏ ଭ୍ୟାନ୍‌ର ପଛପାଖଟି ଛାତ ଉପରୁ ଓହଳିଲା ଭଳି ରହିଛି। ରାସ୍ତାରେ ଠିଆ ହେଲେ ବି ତାହା ଦେଖାଯାଉଛି।

ଦୁଇ ଦୁଇଟା ଭ୍ୟାନ୍‌ ଛାତ ଉପରେ ରଖୁଥିବାରୁ ପଡ଼ୋଶୀମାନେ ଫ୍ଲାଟ୍‌ର ସୁରକ୍ଷା ବିଷୟରେ ଚିନ୍ତା ପ୍ରକଟ କରିବାରୁ ସେ କହିଲେ ଯେ, କୋଠା ଲୁହାଛଡ଼ ଓ କଂକ୍ରିଟ୍‌ରେ ତିଆରି ହୋଇଥିବାରୁ ଭାଙ୍ଗିପଡ଼ିବାର ଆଶଙ୍କା ନାହିଁ।

ଭ୍ୟାନ୍‌ ଦୁଇଟିକୁ ତଳକୁ ଓହ୍ଲାଇ ଆଣିବାକୁ  ସହରର କର୍ତ୍ତୃପକ୍ଷ ଓ ପୁଲିସ ଆସି କହିବାରୁ ସେ କହିଲେ, ଏଥିଯୋଗୁଁ କୋଠାର କିଛି କ୍ଷତି ହେବ ନାହିଁ। ଅଯଥାରେ ଗୋଳମାଳ କରନ୍ତୁ ନାହିଁ।

ପରେ ଅବଶ୍ୟ ସେ କହିଛନ୍ତି ଯେ, ସମସ୍ତଙ୍କ ଅନୁରୋଧ ରକ୍ଷା କରି ଭ୍ୟାନ୍‌ ଦୁଇଟିକୁ ତଳକୁ ଓହ୍ଲାଇ ଦେବେ। ତଳକୁ ଆଣିବା ପରେ କ’ଣ ହେବ ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କହିଲେ ଯେ, ଅକ୍ଟୋବର ମାସରେ ଭ୍ୟାନ୍‌ ଦୁଇଟିକୁ ସାଓୟୁୟାନ୍‌ ପାହାଡ଼ରେ ପାର୍କିଙ୍ଗ୍‌ କରାଯିବ।

Leave a Reply

Your email address will not be published. Required fields are marked *