ଟ୍ଵିନସିଟିକୁ ସିଭିୟର ହିଟୱେଭ୍ ଚେତାବନୀ, ୧୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

Spread the love

ତାତିରେ ଜଳୁଛି ଓଡ଼ିଶା । ୩ ଦିନ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାଜ୍ୟରେ ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ । ଟ୍ଵିନସିଟିକୁ ସିଭିଅର ହିଟ୍‌ େଓ୍ଵଭ୍‌ ଚେତାବନୀ । କଟକ ଓ ଭୁବନେଶ୍ୱରକୁ ସିଭିୟର ହିଟ୍‌ େଓ୍ଵଭ୍‌ ଚେତାବନୀ । ଟ୍ଵିନସିଟର କିଛି ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ୧୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କେବେ ଆସିବ ମୌସୁମୀ, ତ୍ରାହି ତ୍ରାହି ଡାକିଲେଣି ଲୋକ। ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ କମିବ ପାରଦ। ତାତି ପ୍ରଭାବରେ ୧୮ ତାରିଖ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୧୮ ତାରିଖ ଯାଏ କିଛି କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି।

ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୪.୨ଂ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୭୩% ଆର୍ଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦିନ ୮ଟା ୩୦ ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୩୬.୪ ଡିଗ୍ରୀ, ହୀରାକୁଦରେ ୩୬ ଡିଗ୍ରୀ ଓ କେନ୍ଦୁଝରରେ ୩୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *