ବାହାନଗା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କ ସହାୟତା ଲାଗି ୫୦ଲକ୍ଷ ଟଙ୍କା ପ୍ରଦାନ କଲେ ଶ୍ରୀଶ୍ରୀଆଚାର୍ଯ୍ୟଦେବ

Spread the love

ଦେଓଘର: ଓଡ଼ିଶାର ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ବହୁ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବହୁ ପରିବାର ଉଜୁଡ଼ି ଯାଇଛି। ବହୁ ଶିଶୁ ଅନାଥ ହୋଇ ଯାଇଛନ୍ତି। ଏଭଳି ଅପୂରଣୀୟ କ୍ଷତିର ଶିକାର ହୋଇଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛି ସତସଙ୍ଗ। ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ ସାହାଯ୍ୟାର୍ଥେ ସତସଙ୍ଗର ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ଓଡ଼ିଶାରେ ଜୁନ୍ ୨ ତାରିଖରେ ଘଟି ଯାଇଥିବା ବିପର୍ଯ୍ୟୟରେ ସମଗ୍ର ଦେଶ ମର୍ମାହତ ଏବଂ ସତସଙ୍ଗ ଏଥିଲାଗି ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଉଛି ବୋଲି ସତସଙ୍ଗର ସଂପାଦକ କାର୍ତ୍ତିକ ଚନ୍ଦ୍ର ସରକାର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *