ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପ ଝଟକା
ଦିଲ୍ଲୀରେ ଭୂମିକମ୍ପ । ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପ ଝଟକା । ୫.୪ ତୀବ୍ରତାର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ମୋହାଲି, ପଞ୍ଚକୂଳ ଏବଂ ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ସମୟ ୧.୩୩ ମିନିଟରେ ହୋଇଥିବା ସୂଚନା । ପାଖାପାଖି ୧୦ ସେକେଣ୍ଡ ପର୍ଯ୍ୟନ୍ତ ଦୋହଲିଥିଲା ଦିଲ୍ଲୀ ।
ଜମ୍ମୁ ଓ କଶ୍ମୀରର ଗଣ୍ଡୋ ଭାଲେସା ଠାରୁ ୧୮ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି। ଜମ୍ମୁ କାଶ୍ମୀର ଏବଂ ହିମାଚଳରେ ଭୂକମ୍ପ ଝଟକା ଅଧିକ ଅନୁଭୂତ ହୋଇଛି । ପଞ୍ଜାବରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲିଆସିଛନ୍ତି । ଭୂମିକମ୍ପ ଝଟକା ଚୀନ ଏବଂ ପାକିସ୍ତାନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ଖବର ମିଳିଛି । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ ।