ଜାନୁୟାରୀ ୨୨ରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା

Spread the love

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଉଦ୍‌ଘାଟନ ପାଇଁ ଶୁଭ ମୁହୂର୍ତ୍ତ ଆସିଛି। ଏଥିପାଇଁ ୨୦୨୪ ଜାନୁଆରୀ ୨୨ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ। ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀରାମ ବିରାଜମାନ କରିବେ।

ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ପୂଜାରେ ରାମ ମନ୍ଦିର ଟ୍ରଷ୍ଟ୍‍ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଯାଇଥିଲା, ଯାହାକୁ ନେଇ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସେପଟେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଦେଶର ସମସ୍ତ ମନ୍ଦିରକୁ ସଜାଯିବ। ଅଯୋଧ୍ୟାରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଦେଶର କେତେକ ସ୍ଥାନରେ ଭର୍ଚୁଆଲ୍ ଢଙ୍ଗରେ ପ୍ରଦର୍ଶନ କରାଯିବ। ତେବେ ମନ୍ଦିର ନିର୍ମାଣ କଥା ଦେଖିଲେ, ବର୍ତ୍ତମାନ ଗର୍ଭଗୃହର ଉପରୀ ଭାଗର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି, ଯାହା ୨୦୨୩ ଅକ୍ଟୋବର ସୁଦ୍ଧା ସମାପ୍ତ ହେବ।

କିଭଳି ହେବ ମନ୍ଦିର

ସମ୍ପୂର୍ଣ୍ଣ ମନ୍ଦିର ଟି ୧୨୮ ଫୁଟ ଉଚ୍ଚ ଏବଂ ଦୁଇ ମହଲା ବିଶିଷ୍ଟ ହେବ। ପ୍ରଥମ ମହଲାର ଉଚ୍ଚତା ୧୮ ଫୁଟ ଏବଂ ଦ୍ୱିତୀୟ ମହଲା ୧୫ ଫୁଟ ୯ ଇଞ୍ଚ ରହିବ। ମନ୍ଦିରରେ ଲାଗିବାକୁ ଥିବା ପଥର ସବୁ ବହୁ ପୂର୍ବରୁୁ ଆସି ସାରିଥିଲା। ଗତ ୨୮ ବର୍ଷ ହେଲା ସେ ସବୁର ଫିନିସିଂ କାମ କାରିଗର ମାନେ କରି ଚାଲିଛନ୍ତି। ରାଜସ୍ଥାନ, ଗୁଜରାଟ, ମିର୍ଜାପୁର ଭଳି ଦେଶର ବିଭିନ୍ନ ଭାଗରୁ ଏହି ପଥର ସବୁକୁ ଅଣାଯାଇଛି। ମନ୍ଦିରର ଲମ୍ବ ୨୬୮ ଫୁଟ, ଚଉଡ଼ା ୧୪୦ ଫୁଟ ରହିବ। ମନ୍ଦିରର ମୁଖ୍ୟ ଦ୍ୱାର ଠାରୁ ପ୍ରଥମେ ଅଗ୍ରଭାଗ, ତା’ ପରେ ସିଂହଦ୍ୱାର, ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ ଏବଂ ଗର୍ଭଗୃହ ରହିବ। ପ୍ରଥମ ମହଲାରେ ୧୦୬ ଓ ଦ୍ୱିତୀୟ ମହଲାରେ ୧୦୬ଟି ଏହି ପରି ମୋଟ୍‌ ୨୧୨ଟି ସ୍ତମ୍ଭରେ ଠିଆ ହେବ ପୂରା ମନ୍ଦିର।

Leave a Reply

Your email address will not be published. Required fields are marked *