ହାଇୱେ ଲୁଟେରାଙ୍କୁ ଧରିବାକୁ ରାତିସାରା ଗଛରେ ବସିଲେ ପୁଲିସ୍ କର୍ମଚାରୀ
ଲୁଟେରାଙ୍କୁ ଧରିବାକୁ ପୁଲିସ୍ର ଅଭିନବ ଯୋଜନା। ବାରମ୍ବାର ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ଲୁଟ ହେବାରୁ ଅଜବ ପଦକ୍ଷେପ ନେଇଛି ପୁଲିସ୍। ଲୁଟେରାଙ୍କୁ ଧରିବା ପାଇଁ ରାତି ସାରା ସାଦା ପୋଷାକରେ ଗଛ ଉପରେ ଲୁଚି ବସିଛନ୍ତି ପୁଲିସ୍ କର୍ମଚାରୀ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଯମୁନା ଏକ୍ସପ୍ରେସ ୱେରେ ବାରମ୍ବାର ଲୁଟ ହେବାରୁ ସାଧାରଣ ଲୋକ ଭୟଭୀତ ହେବାରେ ଲାଗିଥିଲେ। ରାତିରେ ଲୋକମାନେ ଉକ୍ତ ଏକ୍ସପ୍ରେସ ୱେ ଯିବା ଆସିବା କରିବାକୁ ପଛ ଘୁଞ୍ଚା ମଧ୍ୟ ଦେଇଥିଲେ।
ଲୋକଙ୍କ ଏପରି ଭୟକୁ ଦୃଷ୍ଟିରେ ରଖି ମଥୁରା ପୁଲିସ୍ ମାଷ୍ଟର ପ୍ଲାନ ଦ୍ୱାରା ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ଏଥିପାଇଁ ଏକ୍ସପ୍ରେସ ୱେ କଡ଼ରେ ଲାଗିଥିବା ଗଛରେ ପୁଲିସ କର୍ମଚାରୀମାନେ ସାଦା ପୋଷାକରେ ଲୁଚି ରହି ଲୁଟେରାଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ।