ଆମେରିକାରେ ମିଳିବ ‘ମୋଦୀଜୀ ଥାଳି’

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସବୁଠି ଚର୍ଚ୍ଚା । ଦେଶଠୁ ଆରମ୍ଭ କରି ବିଦେଶ ସବୁଠି ତାଙ୍କ ପ୍ରଶଂସକ । ତେବେ ତାଙ୍କର ଏମିତି ଜଣେ ପ୍ରଶଂସକ ଯିଏକି ତାଙ୍କ ନା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଏକ ତାଳି । ତାଙ୍କ ରେସ୍ତୋରାଁରେ ସେ ଏହି ବିଶେଷ ଥାଳି ପରସିବାକୁ ଯାଉଛନ୍ତି । ଯାହାର ନା ‘ମୋଦୀଜୀ ଥାଳି’।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ତାଙ୍କୁ ସମ୍ମାନ ଜଣାଇ ନ୍ୟୁଜର୍ସିସ୍ଥିତ ଏକ ରେସ୍ତୋରାଁ ବିଶେଷ ଭୋଜନ ଥାଳିର ଶୁଭାରମ୍ଭ କରିବ ବୋଲି ଏକ ଗଣମାଧ୍ୟମ ରିପୋର୍ଟ ପକ୍ଷରୁ ସୂଚନା ମିଳିଛି । ସେଫ୍‌ ଶ୍ରୀପଦ କୁଲକର୍ଣ୍ଣିଙ୍କ ଦ୍ୱାରା ପ୍ରସ୍ତୁତ ଏହି ‘ମୋଦୀଜୀ ଥାଳି’ । ତେବେ ଏହି ‘ମୋଦୀଜୀ ଥାଳି’ରେ ରହିଛି ବିଭିନ୍ନ ପ୍ରକାରର ବ୍ୟଞ୍ଜନ। ଖିଚିଡ଼ି, ରସଗୋଲା, ସୋରିଷ ଶାଗ, କଶ୍ମୀରୀ ଆଳୁଦମ୍‌, ଘୋଳଦହି ଏବଂ ପାମ୍ପଡ଼ ଭଳି ଆହୁରି ଅନେକ କିଛି । ଏହା ସହିତ ସେଫ୍‌ ଶ୍ରୀପଦ କୁଲକର୍ଣ୍ଣି କହିଛନ୍ତି, ଖୁବ୍‌ ଶୀଘ୍ର ଆମେ ‘ମୋଦୀଜୀ ଥାଳି’ର ଶୁଭାରମ୍ଭ କରିବୁ । ତାହା ଲୋକପ୍ରିୟ ହେବ ବୋଲି ତାଙ୍କର ଆଶା ।

ତେବେ ଏହି ଥାଳିର ଏକ ଭିଡିଓ ସେୟାର୍‌ କରିଛନ୍ତି ସେଫ୍ କୁଲ୍‌କର୍ଣ୍ଣି । ଯେଉଁଥିରେ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଦେଖାଇବା ସହିତ ସେ ଏହି ଥାଳି ବିଷୟରେ ଅଧିକ ସୂଚନା ଦେଉଛନ୍ତି । ଯଦି ଏ ଥାଳିଟି ଭଲ ଚାଲେ ତେବେ ଖୁବ୍‌ ଶୀଘ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ନାମାନୁସାରେ ଆଉ ଏକ ଭୋଜନ ଥାଳି ପରିବେଷଣ କରାଯିବ ବୋଲି ରେସ୍ତୋରାଁ ମାଲିକ ଯୋଜନା କରୁଥିବା କହିଛନ୍ତି ।

ଏହାଛଡ଼ା, ଏହି ଥାଳି ହେଉଛି, ଜାତିସଂଘ ଘୋଷଣା କରିଥିବା ‘ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ’ ପ୍ରତି ଶ୍ରଦ୍ଧାଞ୍ଜଳି । ଏଥିରେ ସେଫ୍ ମାଣ୍ଡିଆ ବ୍ୟବହାର କରିଛନ୍ତି । ୨୦୧୯ରେ ଭାରତ ସରକାରଙ୍କ ସୁପାରିସକ୍ରମେ ଜାତିସଂଘ ୨୦୨୩କୁ ‘ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ’ ବୋଲି ଘୋଷଣା କରିଛି । ସୂଚନା ଥାଉକି, ଆମେରିକାକୁ ପ୍ରଥମ ‘ଷ୍ଟେଟ୍‌ ଭିଜିଟ୍‌’ରେ ଯାଉଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୁନ୍‌ ୨୨ ତାରିଖ ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଫାଷ୍ଟ୍‌‌ ଲେଡି ଜିଲ୍‌ ବାଇଡେନ୍‌ ରାତ୍ରଭୋଜନରେ ନିମନ୍ତ୍ରଣ କରିବେ ।

ତେବେ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ , ଯିଏକି ଦ୍ୱିତୀୟ ଥର ପାଇଁ ଆମେରିକା କଂଗ୍ରେସର ମିଳିତ ବୈଠକରେ ସମ୍ବୋଧିତ କରିବେ । ସେ ପହଞ୍ଚିବା ପରେ ଏକ ସରକାରୀ ସ୍ୱାଗତ ଗ୍ରହଣ କରିବେ  । ଏହାପରେ ଦ୍ୱିପାକ୍ଷିକ ବୈଠକ ଏବଂ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିବେ । ମିଳିତ ଚୁକ୍ତିନାମା ସ୍ୱାକ୍ଷର ହେବା ସହିତ ବାଣିଜ୍ୟ, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଭାରତ-ଆମେରିକା ପ୍ରତିରକ୍ଷା ସହଭାଗୀତାର ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଉପରେ ଆଲୋଚନା କରିବାର ଏଜେଣ୍ଡା ରହିଛି  ।

Leave a Reply

Your email address will not be published. Required fields are marked *