ଦୁଇ ଅଭିନେତ୍ରୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବି: ସଞ୍ଜୟ ନାୟକ

Spread the love

ଭୁବନେଶ୍ବର: ପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ। ପ୍ରକୃତି ମିଶ୍ର ଓ ଜସ୍ମିନ ରଥ ୨ ଅଭିନେତ୍ରୀ ମୋ ନାଁରେ ମିଛ ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି। ଦୁଇ ଅଭିନେତ୍ରୀଙ୍କ ନାଁରେ ମାନହାନୀ ମକଦ୍ଦମା କରିବି ବୋଲି ସଞ୍ଜୟ ନାୟକ କହିଛନ୍ତି। ସଞ୍ଜୟ ନାୟକ କ’ଣ ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି। ବାବୁସାନ ମାମଲାରେ ମୋ ଉପରେ ରାଗ ରଖିଥିଲେ ପ୍ରକୃତି । ମୁରବି ଭାବରେ ସାହାଯ୍ୟ କରିଥିଲି, କାହା ଘର ଭାଙ୍ଗନି ବୋଲି କହିଥିଲି । ଅଭିଯୋଗ ପଛରେ ତଥାକଥିତ ଦଲାଲ ଅଛନ୍ତି। ସତ କହିଲେ ଛାତି ଫାଟେ ବୋଲି ସଞ୍ଜୟ ନାୟକ ପ୍ରେସମିଟ୍‌ରେ କହିଛନ୍ତି । ମୁଁ ଯାହା କହେ ଫେସ୍‌ ଟୁ ଫେସ୍‌ କହେ। ଗୋଟେ ଗ୍ରୁପ୍‌ ମୋତେ ବଦନାମ କରିବାକୁ ଷଡ୍‌ଯନ୍ତ୍ର କରିଛନ୍ତି ବୋଲି ସଞ୍ଜୟ ନାୟକ ଅଭିଯୋଗ ଆଣିଛନ୍ତି। ମୋ ବିରୋଧରେ ପ୍ରମାଣ ଥିଲେ ଦେଖାଅ। ତାହାର ପ୍ରମାଣ ସନ୍ଧ୍ୟାରେ ଓଡ଼ିଶାବାସୀଙ୍କୁ ଦେବି ବୋଲି କହିଛନ୍ତି।

ଗତକାଲି ସଞ୍ଜୟ ନାୟକଙ୍କ ନାଁରେ ପ୍ରକୃତି ଆଣିଥିଲେ କାଷ୍ଟିଂ କାଉଚ୍‌ର ସାଂଘାତିକ ଅଭିଯୋଗ । ସଞ୍ଜୟ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ ପରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଜସ୍ମିନ ରଥ । ସଞ୍ଜୟ ନାୟକ ମିଛ କଥା କହୁଛନ୍ତି । ମୋତେ ସେ ହୋଟେଲକୁ ଡାକିଥିଲେ । ସେ ସାମ୍ବାଦିକ ସମ୍ମିଲନୀରେ ନିଜ ମୁହଁରେ ମାନିଛନ୍ତି ମତେ ରିଜେକ୍ଟ କରିଥିଲେ ବୋଲି । ସେ କଣ କେଶ କରୁଛନ୍ତି କରନ୍ତୁ । ମୁଁ ଆଉ ମୋ ପରିବାର ଲୋକେ ମଧ୍ୟ ଆଇନର ଆଶ୍ରୟ ନେବୁ ବୋଲି ଅଭିନେତ୍ରୀ ଜସ୍ମିନ ରଥ କହିଛନ୍ତି।

Leave a Reply

Your email address will not be published. Required fields are marked *