ରେଳ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲେ ଋଷ ରାଷ୍ଟ୍ରପତିଙ୍କ ସମେତ ଅନେକ ଦେଶର ପ୍ରଧାନମନ୍ତ୍ରୀ

Spread the love

ବାଲେଶ୍ୱର: ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇପଡିଥିବାବେଳେ ବିଦେଶର ଅନେକ ରାଷ୍ଟ୍ରମୁଖ୍ୟ ବି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି | ଋଷଠାରୁ ଆରମ୍ଭ କରି ତୁର୍କୀ, କାନାଡ଼ା, ଜାପାନ, ତାଇୱାନ ରାଷ୍ଟ୍ରମୁଖ୍ୟମାନେ ସମବେଦନା ଜଣାଇଛନ୍ତି | ରେଳ ଦୁର୍ଘଟଣାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଦୁଃଖ ପ୍ରକାଶ କରିବା ସହ ସେ କହିଛନ୍ତି ଯେ ଜାପାନ ସରକାର ଏବଂ ଲୋକଙ୍କ ତରଫରୁ, ଯେଉଁମାନେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ ମୁଁ ପ୍ରାର୍ଥନା କରୁଛି |

ଜାପାନର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମବେଦନା ବାର୍ତ୍ତା ପଠାଇଛନ୍ତି | ସେହିପରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟ୍ରେନ ଦୁର୍ଘଟଣାକୁ ନେଇ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମବେଦନା ବାର୍ତ୍ତା ପଠାଇଛନ୍ତି | ପୁଟିନ କହିଛନ୍ତି ଯେ ଏଭଳି ଦୁଃଖଦ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ସମବେଦନା ଜଣାଉଛି ଏବଂ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି| ଅନ୍ୟପଟେ ୟୁରୋପୀୟ କମିଶନ ସଭାପତି ଉର୍ସୁଲା ଭନ୍ ଡେର୍ ଲେଏନ୍ କହିଛନ୍ତି ଯେ ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ସେହିପରି ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ମଧ୍ୟ ରେଳ ଦୁର୍ଘଟଣା ସଂକ୍ରାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତୀୟଙ୍କୁ ଟୁଇଟ୍ କରି ଦୁଃଖପ୍ରକାଶ କରିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଶତାଧିକ ଲୋକଙ୍କ ଜୀବନ ଚାଲିଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି | ସେ ଟ୍ୱିଟ କରି ଲେଖିଛନ୍ତି ଯେ ଯେଉଁମାନେ ନିଜର ପରିଜନଙ୍କୁ ହରାଇଛନ୍ତି, ସେମାନଙ୍କୁ ସମବେଦନା ଜଣାଉଛି | ତୁର୍କୀ ସରକାର ମଧ୍ୟ ଗଭୀର ଦୁଃଖପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି | ଉଲ୍ଲେଖ ଥାଉ କି ଏହା ପୂର୍ବରୁ କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ ଓ ତାଇୱାନ୍‌ର ‌ରାଷ୍ଟ୍ରପତି ସିଆ ଇଙ୍ଗ୍‌-ୱେନ୍‌ଆଜି ଶୋକବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *