କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲା ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳ
ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳ। କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ନିଜର ସମର୍ଥନ ଜଣାଇଛନ୍ତି ଭାରତୀୟ ଖେଳାଳି। ମେ’ ୨୮ରେ କୁସ୍ତିଯୋଦ୍ଧାଙ୍କ ସହିତ ହୋଇଥିବା ଧସ୍ତାଧସ୍ତି ଏବଂ ଦୁର୍ବ୍ୟବହାର ବିରୋଧରେ ସ୍ୱର ଉଠାଇଛି ଟିମ୍।
ଖେଳାଳିମାନେ ଏକ ମିଳିତ ବୟାନ ଜାରି କରି କହିଛନ୍ତି, ଚାମ୍ପିୟନ କୁସ୍ତିଯୋଦ୍ଧାଙ୍କ ସହିତ ମାରପିଟର ଦୃଶ୍ୟ ବ୍ୟଥିତ ଏବଂ ବିଚଳିତ କଲା ଭଳି ଥିଲା। ସୂଚନାଥାଉ କି, ଡବ୍ଲ୍ୟୁଏଫ୍ଆଇ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ଶୋଷଣର ଅଭିଯୋଗ ଲଗାଇଛନ୍ତି। ଦେଶର କୁସ୍ତିଯୋଦ୍ଧାଙ୍କ ସହ ହୋଇଥିବା ଏପରି ବ୍ୟବହାରକୁ ନେଇ ବହୁ ପୂର୍ବତନ ଖେଳାଳି ଦୁଃଖ ପ୍ରକାଶ କରିଛନ୍ତି।
୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍ ମିଳିତ ବୟାନରେ କହିଛି ଯେ ‘ଆମକୁ ସବୁଠୁ ଅଧିକ ଚିନ୍ତା ରହିଛି, କୁସ୍ତିଯୋଦ୍ଧାମାନେ ନିଜ ପରିଶ୍ରମର ଫଳକୁ ଗଙ୍ଗା ନଦୀରେ ପ୍ରବାହିତ କରିବା କଥା ଭାବୁଛନ୍ତି। ଏହି ପଦକରେ ବର୍ଷ ବର୍ଷର ପ୍ରୟାସ, ବଳିଦାନ, ସଂକଳ୍ପ ଏବଂ ଧୌର୍ଯ୍ୟ ପରିପୂର୍ଣ୍ଣ ରହିଛି। ଏଗୁଡ଼ିକ ନା କେବଳ ସେମାନଙ୍କର, ବରଂ ଦେଶର ଗୌରବ’।
‘ଆମେ ସେମାନଙ୍କୁ ନିବେଦନ କରୁଛି କି, ଏହି ମାମଲାରେ ତରବରିଆ ଭାବେ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଏହା ବି ଆଶା କରୁଛି କି, ସେମାନଙ୍କ ଅଭିଯୋଗଗୁଡ଼ିକୁ ଶୁଣାଯାଉ ଏବଂ ଜଲ୍ଦି ସମାଧାନ ବାହାର କରାଯାଉ। ଦେଶର ଆଇନକୁ ଚାଲିବାକୁ ଦିଆଯାଉ’। କହି ରଖୁଛୁ, ସାକ୍ଷୀ ମଲିକ, ଭିନେଶ ଫୋଗାଟ୍ଙ୍କ ସହ ଅନ୍ୟ କୁସ୍ତିଯୋଦ୍ଧାମାନେ ନିଜର ପଦକ ଗଙ୍ଗାରେ ପ୍ରବାହିତ କରିବା ପାଇଁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଋଷିକେଶରେ ସେମାନେ ଧାରଣାରେ ବସିଛନ୍ତି।